odishasuntimes.com
ଝାରସୁଗୁଡ଼ା : ପୂର୍ବରୁ ମାର୍ଚ୍ଚ ୩୧ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନ ଉଡ଼ାଣ ଭରିବା ନେଇ ସୂଚନା ମିଳିଥିଲା । ଉଡ଼ାଣ ଆରମ୍ଭ ହେବା ଦ୍ୱାରା ଯାତ୍ରୀମାନେ ୩ଟି ସହରକୁ ଯାତ୍ରା କରି ପାରିବେ । ୩ଟି ସହର ମଧ୍ୟରେ ଦିଲ୍ଲୀ, ହାଇଦ୍ରାବାଦ୍ ଏବଂ କୋଲକାତା ରହିଥିବା ବେଳେ ମାର୍ଚ୍ଚ ୩୧ ତାରିଖ ଅପରାହ୍ନ ୩ଟା ୪୦ମିନିଟ୍ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନ ଉଡ଼ାଣ ଭରିବ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ବିମାନଟି ମଧ୍ୟାହ୍ନ ୧ଟା ୧୫ମିନିଟ୍ ସମୟରେ ଦିଲ୍ଲୀ ବିମାନ ବନ୍ଦରରୁ ଉଡ଼ାଣ ଭରିି ୩ଟା ୧୦ମିନିଟ୍ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବ । ଏହା ପରେ ଅପରାହ୍ନ ୩ଟା ୪୦ମିନିଟ୍ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ଉଡ଼ାଣ ଭରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ସହ ସଂନ୍ଧ୍ୟା ୫ଟା ୩୫ମିନିଟ୍ରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବ ବୋଲି ଜଣା ପଡ଼ିଛି । ସେହି ଭଳି ଭାବରେ ପ୍ରତିଦିନ ସ୍ପାଇସ୍ ଜେଟ୍ ବିମାନ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅପରାହ୍ନ ୪ଟା ୧୦ମିନିଟ୍ରେ ଉଡ଼ାଣ ଭରି ହାଇଦ୍ରାବାଦ୍ର ବିମାନ ବନ୍ଦରରେ ସଂନ୍ଧ୍ୟା ୬ଟାରେ ଅବତରଣ କରିବ । ହାଇଦ୍ରାବାଦ୍ ବିମାନ ବନ୍ଦରରୁ ସଂନ୍ଧ୍ୟା ୬ଟା ୩୦ମିନିଟ୍ ସମୟରେ ବିମାନଟି ଉଡ଼ାଣ ଭରି ଝାରସୁଗୁଡ଼ା ବିମାନ ବନ୍ଦରରେ ସଂନ୍ଧ୍ୟା ୮ଟା ୨୦ମିନିଟ୍ରେ ଅବତରଣ କରିବ ସୂଚନା ମିଳିଛି ।
New Indian Expressକୋଲକାତାରୁ ସ୍ପାଇସ୍ ଜେଟ୍ ବିମାନ ଦିନ ୨ଟା ୨୫ମିନିଟ୍ରେ ଉଡ଼ାଣ ଭରି ଝାରସୁଗୁଡ଼ା ବିମାନ ବନ୍ଦରରେ ୩ଟା ୫୦ମିନିଟ୍ରେ ଅବତରଣ କରିବ । ସେହି ଭଳି ଭାବରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ସଂନ୍ଧ୍ୟା ୮ଟା ୪୦ମିନିଟ୍ରେ ଉଡ଼ାଣ ଭରି କୋଲକାତା ବିମାନ ବନ୍ଦରରେ ରାତି ୧୦ଟାରେ ଅବତରଣ କରିବ ସ୍ପାଇସ୍ ଜେଟ୍ । ଦିଲ୍ଲୀ ଏବଂ ହାଇଦ୍ରାବାଦ୍କୁ ଯିବା ଆସିବା କରିବା ପାଇଁ ସ୍ପାଇସ୍ ଜେଟ୍ ଟିକେଟ୍ର ଦାମ୍ ୩,୭୦୧ଟଙ୍କା ରହିଥିବା ବେଳେ କୋଲକାତାକୁ ଯିବା ଆସିବା ପାଇଁ ଟିକେଟ୍ ଦାମ୍ ୨,୫୬୦ଟଙ୍କା ରହିଥିବା ଜଣା ପଡ଼ିଛି ।
Follow Us