ଝାରସୁଗୁଡ଼ା: କିଛି ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ ରାସ୍ତାଘାଟ ଜନଶୂନ୍ୟ ଦେଖାଯାଉଛି। ଏହି ସମୟରେ ଖୋଲା ଆକାଶ ତଳେ ରାତ୍ରି ଯାପନ କରୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବସ୍ଷ୍ଟାଣ୍ଡ, ରେଳଷ୍ଟେସନରେ କାଯ୍ୟର୍ କରୁଥିବା ଶ୍ରମିକ, ରିକ୍ସା ଚାଳକ, ଅଟୋ ଚାଳକ ଶୀତରୁ ରକ୍ଷା ପାଇବା ପାଇଁ ରାସ୍ତା କଡ଼ରେ ନିଆଁ ଜାଳି ଶୀତରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରୁଥିବା ଦେଖାଯାଉଛି। ଶୀତ ବଢ଼ୁଥିବା ବେଳେ ଶୀତବସ୍ତ୍ର ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମୁଛି। ଫଳରେ ଚଳିତ ବର୍ଷ ଶୀତବସ୍ତ୍ର ବ୍ୟବସାୟ ହେଉଥିବା କୁହାଯାଉଛି। ଏହି ଶୀତୁଆ ରାତିରେ ଗରିବ, ବାସହୀନ ଲୋକମାନେ ରାସ୍ତା କଡ଼ରେ ଅତି କଷ୍ଟରେ ରାତି କଟାଉଥିବା ଦେଖିବାକୁ ମିଳୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us