ଝାରସୁଗୁଡ଼ା: ବେଲପାହାଡ ଥାନା ଅନ୍ତର୍ଗତ ଶନିମନ୍ଦିର ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଅପରାହ୍ନରେ ଟ୍ରେଲରକୁ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ ୧୦ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି।
/sambad/media/post_attachments/wp-content/uploads/2018/12/jsg-1-300x225.jpg)
ସୂଚନା ଅନୁସାରେ ସମସ୍ତ ଆହତଙ୍କୁ ଡିଏଲ୍ଆର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତଙ୍କୁ ଘରକୁ ଯିବା ପାଇଁ କୁହାଯାଇଛି। ଗୁରୁତର ଶିବାନୀ ସିଂହ (୧୯)ଙ୍କୁ ବୁର୍ଲା ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
/sambad/media/post_attachments/wp-content/uploads/2018/12/jsg2-1-300x225.jpg)
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ପେଟ୍ରୋଲ ପମ୍ପରୁ ବାହାରୁ ଥିବା ଟ୍ରେଲରକୁ ଯାତ୍ରୀବାହୀ ବସ ଧକ୍କା ଦେଇଥିଲା।
Follow Us