ଝାରସୁଗୁଡ଼ା: ବଡ଼ମାଳ ଥାନା ଶ୍ରୀପୁରା ରେଳ ଲାଇନ୍ ପୋଲରୁ ଖସି ପଡି ଜଣେ ଭିକାରିର ମୃତ୍ୟୁ ଘଟିଛି। ପୋଲ ତଳେ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା ଏହି ମୃତଦେହକୁ ବଡ଼ମାଳ ପୁଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତିର ପରିଚୟ ମିଳି ନଥିଲେ ମଧ୍ୟ ବେଶ ପୋଷାକରୁ ସେ ଜଣେ ଭିକାରି ବୋଲି ପୁଲିସ ଅନୁମାନ କରୁଛି। ଏନେଇ ଏକ ଅପମୃତ୍ୟୁ ମାମଲାରେ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us