ଚୋରି କରିବାକୁ ଆସି କୂଅରେ ଗଳି ପଡ଼ିଲା ଚୋର

ଚୋରି କରିବାକୁ ଆସି କୂଅରେ ଗଳି ପଡ଼ିଲା ଚୋର

ଝାରସୁଗୁଡ଼ା: ବେହେରାମାଲ ଦୁର୍ଗାମନ୍ଦିର ପଛପଟେ ଥିବା ଏକ ଆପାର୍ଟମେଣ୍ଟକୁ ଚୋରି କରିବା ଉଦ୍ଦେଶ୍ୟରେ ଆସିଥିବା ଜଣେ ବ୍ୟକ୍ତି କୂଅରେ ଖସି ପଡ଼ିିଥିବା ଜଣାଯାଇଛି। ପାଚେରି ଉପରୁ ତଳକୁ ଡ଼େଇଁ ପଡ଼ିବା ବେଳେ ଏକ ପରିତ୍ୟକ୍ତ କୂଅ ଭିତରେ ଗଳି ପଡ଼ିଥିଲା। କୂଅ ଭିତରୁ ପାଟି କରିବା ପରେ ସେଠାରେ ରହୁଥିବା ଲୋକେ ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ଉଦ୍ଧାର କରିଥିଲେ। ତେବେ ଦୀର୍ଘ ସମୟ ପାଣି ଭିତରେ ରହି ଅସୁସ୍ଥ ହୋଇ ପଡ଼ିଥିବା ଏହି ବ୍ୟକ୍ତିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe