ବ୍ରଜରାଜନଗର: ବ୍ରଜରାଜନଗର ଥାନା ଗୁଆଲାପଡ଼ାଠାରେ ୨ ଦିନ ତଳେ ପିସ୍ତଲ ଦେଖାଇ ଦାଦାବଟି ମାଗୁଥିବା ଅଭିଯୋଗରେ ପୁଲିସ ସେହି ପଡ଼ାର ଗଜୋ ମାଲି ଓ ଇବପିଟ ଧୌଡ଼ାର ସଂଜୟ କେଓଟକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ୨ ଜଣ ଗୁଆଲାପଡ଼ାର ଗୋଲୁ ଭଗତକୁ ଦାଦାବଟି ମାଗୁଥିଲେ। ଗୋଲୁ ମନା କରିବାରୁ ପିସ୍ତଲ ଦେଖାଇ ଧମକ୍ ଦେଇଥିଲେ। ଏନେଇ ଗୋଲୁ ବ୍ରଜରାଜନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତଙ୍କଠାରୁ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରିଛି। ବ୍ରଜରାଜନଗର ଆଇଆଇସି ବିଶ୍ୱାମିତ୍ର ହରିପାଲଙ୍କ ତତ୍ୱାବଧାନରେ ମାମଲାର ଅଧିକ ତଦନ୍ତ ଚାଲିଛି। ବ୍ରଜରାଜନଗରର ନିର୍ଦିଷ୍ଟ କେତେକ ପଡ଼ାରେ ରାଜ୍ୟ ବାହାରର ବହୁ ଲୋକ ଆସି ଅତୀତରେ ଚୋରି ପିସ୍ତଲ ବିକ୍ରି କରୁଥିବା ବେଳେ ପୁଣି ଏହି କାରବାର ଏବେ ସକ୍ରିିୟ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us