ଝାରସୁଗୁଡ଼ା: ଗଛରେ ପିଟି ହେବାରୁ ଜଳିଗଲା କାର, ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡ଼ା: ଗଛରେ ପିଟି ହେବାରୁ ଜଳିଗଲା କାର, ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡ଼ା: ଗଛରେ ପିଟି ହେବାରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳରେ ରବିବାର ଗୋଟିଏ କାର ସଂପୂର୍ଣ୍ଣ ରୂପେ ଜଳି ଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ରେଙ୍ଗାଲି ଥାନା ଅନ୍ତର୍ଗତ ମଚିଣ୍ଡା ନିକଟ ଇନ୍ଦ୍ରପୁର ବଜାର ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଦ୍ରୁତ ଗତିରେ ଯାଉଥିବା କାର(ହୁଣ୍ଡାଇ ଆଇ-୧୦, ଓଡି ୨୩ ବି ୫୫୫୫)ର ଚାଳକ ଭାରସାମ୍ୟ ହରାଇ ଗଛରେ ଧକ୍କା ଦେଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଚିନ୍ତା ଭୋଇ (୩୦), ସୁକାନ୍ତ ଭୋଇ (୨୨) ଓ ସୋମି ପ୍ରଧାନଙ୍କୁ କାରରୁ ଉଦ୍ଧାର କରିଛନ୍ତି। ତିନି ଜଣଙ୍କୁ ପ୍ରଥମେ ଟିଆରଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ ଓ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe