ବ୍ରଜରାଜନଗର: ଜାତୀୟ ରାଜପଥ ୪୯ର ଲଖନପୁର ଥାନା ଅନ୍ତର୍ଗତ ପୁଞ୍ଜିପଥର ହନୁମାନ ମନ୍ଦିର ନିକଟରେ ରବିବାର ପୂର୍ବାହ୍ନ ୧୦ଟାରେ ଏକ ଟ୍ରକ ଧକ୍କାରେ ବାଇକ୍ ଆରୋହୀ ଗ୍ରୀନଡୋଲାର ସୁରେନ୍ଦ୍ର ରୋହିଦାସ (୩୦) ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଲଖନପୁରରୁ କୋଇଲା ଖଣିକୁ ଯାଉଥିବା ଏକ ଟ୍ରକ୍ (ଓଆର ୨୩ ଏ ୨୫୩୯) ବିପରୀତ ଦିଗରୁ ଆସୁଥିବା ବାଇକ୍ (ଓଡି ୨୩ବି ୫୨୮୪)କୁ ଧକ୍କା ଦେଇଥିଲା। ଫଳରେ ସୁରେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର୍ ହୋଇଯାଇଛି। ପୁଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ କରୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us