ଝାରସୁଗୁଡ଼ା : ଚାକିରି ଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଅଟକ

ନାରୀ ସାଜିଲା ନାରୀର ‌ବଇରି : ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲା, ହତ୍ୟାକାରୀ ପୁତୁରା ବୋହୂ ଗିରଫ

blog.ipleaders.in

ଝାରସୁଗୁଡ଼ା : ଜଣେ ଯୁବତୀଙ୍କୁ ଚାକିରି କରାଇଦେବା ବାହାନାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଝାରସୁଗୁଡ଼ା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ୨ଜଣ ଯୁବକଙ୍କୁ ଅଟକ ରଖିଛି। ଅନ୍ୟ ଜଣେ ଯୁବକ ଓ ଯୁବତୀଙ୍କ ଭଉଣୀ ଫେରାର ହୋଇଯାଇଥିବା ଆଇଆଇସି ସାବିତ୍ରୀ ବଳ କହିଛନ୍ତି।

ବୁଧବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ଥାନା ପୁରୁନା ଗ୍ରାମ ନିକଟରେ ଥିବା ଖଲିଆକାନିରେ ଏକ ଘର ଭିତରେ ଏହି ଯୁବତୀକୁ ୩ ଜଣ ଯୁବକ ଦୁଷ୍କର୍ମ କରୁଥିବା ବେଳେ ‌ଯୁବତୀଙ୍କ ଚିତ୍କାର ଶୁଣି ଆଖପାଖ ଲୋ‌େକ‌ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ପିସିଆର୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାସ୍ଥଳରୁ ଦୀପୁ ଓରଫ ଦୀପକ ସାହୁ ନାମକ ଜଣେ ଯୁବକ ଫେରାର ହୋଇଯାଇଥିଲା। ଦୀପକଙ୍କ ଘର ବ୍ରହ୍ମପୁର ବୋଲି ପୁଲିସ ଅନୁମାନ କରୁଛି। ଘର ଭିତରେ ଯୁବତୀ ସହିତ ଥିବା ଅନ୍ୟ ୨ ଜଣ ଯୁବକ ଲଇକେରା ଅଞ୍ଚଳର ବିକାଶ ପଟେଲ ଓ ଅନିଲ ମାକର ବୋଲି ପୁଲିସ କହିଛି। ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ସେଠାରେ ଥିବା ୨ ଯୁବକଙ୍କୁ ପୁଲିସ ସେଠାରୁ ଧରି ଝାରସୁଗୁଡ଼ା ଥାନାକୁ ନେଇ ଅଟକ ରଖିଛି। ସୋନପୁର ଅଞ୍ଚଳର ଏହି ଯୁବତୀ ବହୁ ଦିନ ହେଲା ଝାରସୁଗୁଡ଼ାଠାରେ ତାର ବଡ଼ ଭଉଣୀ ପାଖରେ ରହୁଥିଲେ। ବୁଧବାର ତାଙ୍କ ବଡ଼ ଭଉଣୀ ହିଁ ଚାକିରି ଉଦ୍ଦେଶ୍ୟରେ ସଂପୃକ୍ତ ଯୁବକଙ୍କ ସହିତ ଯିବା ପାଇଁ କହିଥିଲେ । ଯୁବକମାନେ ଏହି ଯୁବତୀକୁ ଦୁଷ୍କର୍ମ କରିବା ପରେ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବଡ଼ ଭଉଣୀ ମଧ୍ୟ ଫେରାର ହୋଇଯାଇଥିବା ପୁଲିସ କହିଛି। ଏହି ଘଟଣାରେ ସଂପୃକ୍ତ ଯୁବକମାନଙ୍କ ରାଜନୈତିକ ସଂପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଥିବାରୁ ଘଟଣା ଭିନ୍ନ ମୋଡ଼ ନେବାର ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe