ବଣୁଆ ବାର୍ହା ହାବୁଡ଼ରେ ପଡ଼ି ଦୁଇଜଣ ଆହତ

ବଣୁଆ ବାର୍ହା ହାବୁଡ଼ରେ ପଡ଼ି ଦୁଇଜଣ ଆହତ

Representative Image

ଝାରସୁଗୁଡ଼ା: ଗୁରୁବାର ଭୋର୍‌ ସମୟରେ ଲଖନପୁର ବ୍ଲକ୍‌ର କନକତୋରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୁହାବଗା ଗାଁରେ ବଣୁଆ ବାର୍ହା ହାବୁଡ଼ରେ ପଡ଼ି ଦୁଇଜଣ ଆହତ ହୋଇଛନ୍ତି।

ଆହତ ବ୍ୟକ୍ତିଦ୍ୱୟ ହେଉଛନ୍ତି ୬୭ ବର୍ଷୀୟ ଉକିଆ ପଧାନ ଏବଂ ୬୦ ବର୍ଷିୟ ଲଖପତି ଭୋଇ।

ବଡ଼ି ସକାଳୁ ଗ୍ରାମର କିଛି ଲୋକେ ଶୌଚ ହେବା ନିମନ୍ତେ ଗାଁ ବାହାରକୁ ଯାଇଥିବା ବେଳେ ଗୋଟାଏ ବଣୁଆ ବାର୍ହା ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ଯୋଗକୁ ଏ ଦୁଇଜଣ ତା’ ହାବୁଡ଼ରେ ପଡ଼ିଯାଇଥିଲେ।

publive-image

ବଣୁଆ ବାର୍ହା ଆକ୍ରମଣ ଯୋଗୁଁ ଉକିଆ ସାଙ୍ଘାତିକ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଲଖପତି ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଉଭୟଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟଗଡ଼କୁ ନେଇଛନ୍ତି।

ଗତ କିଛି ଦିନ ହେବ ସମ୍ପୃକ୍ତ ଅଞ୍ଚଳରେ ବହୁସଂଖ୍ୟକ ବଣୁଆ ବାର୍ହା ବିଚରଣ କରୁଛନ୍ତି ଓ ହାବୁଡ଼ରେ ପଡୁଥିବା ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି। ଏହାର ପ୍ରତିକାର ନିମନ୍ତେ ବନବିଭାଗ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe