ପରମାଣପୁର ଜଙ୍ଗଲରୁ ଅଚିହ୍ନା ଶବ ଉଦ୍ଧାର

ଗାଡ଼ି ଧକ୍କାରେ ମା’ ମୃତ, ପୁଅ ଗୁରୁତର

new indian express

କୋଲାଵିରା:ଝାରସୁଗୁଡ଼ା ଜିଲ୍ଲାର କୋଲାଵିରା ଥାନା ଅଧୀନ ପରମାଣପୁର ଜଙ୍ଗଲରୁ ଏକ ଅଚିହ୍ନା ଶଵ ଉଦ୍ଧାର କରାଯାଇଛି। ଶଵଟି ପଚିଯାଇଥିବା ବେଲେ ପ୍ରାୟ ପନ୍ଦରଦିନ ପୂର୍ବର ବୋଲି ପୁଲିସ ପୂର୍ବାନୁମାନ କରିଛି। ଦୁର୍ଗନ୍ଧ ହେଵା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖଵର ଦେଇଥିଲେ। ତାପରେ କୋଲାଵିରା ପୁଲିସ ସଦଳଵଳେ ଘଟଣାସ୍ଥଳରେ ପହଞ୍ଚି ଶଵ ଜଵତ କରିବା ସହ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଛି।

ମୃତ୍ୟୁର କାରଣ ହତ୍ୟା, ଆତ୍ମହତ୍ୟା କି ଆଉକିଛି ତାହା ସ୍ପଷ୍ଟ ହୋଇନଥିଵା ବେଳେ ଏନେଇ କୋଲାଵିରା ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି। ଏବେ  ଶଵ ଚିହ୍ନଟଲାଗି ପ୍ରୟାସ ଚାଲିଛି ଏବଂ ମୃତ୍ୟୁର କାରଣ ଖୁବ୍ ଶୀଘ୍ର ଜଣା ପଡ଼ିବ ଵୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe