ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ କାଯ୍ୟର୍ାଳୟରେ ଅସାଧୁ କର୍ମଚାରୀମାନେ ଦିନ ଦ୍ୱିପହରରେ ସରକାରୀ ଅର୍ଥକୁ ଲୁଟି ନେବା ଏବେ ଏକ ବଡ଼ ସମସ୍ୟା ହୋଇ ଉଭା ହେଲାଣି। ପ୍ରଥମେ ଭୂଅର୍ଜନ ବିଭାଗରେ କୋଟିଏ ଟଙ୍କା ହଡ଼ପ୍ ପରେ ଯୋଗାଣ ବିଭାଗରେ ସାଢ଼େ ଆଠ କୋଟି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୟୁଜର୍ସ ଫି’ ବାବଦରେ ବ୍ୟାଙ୍କରେ ଜମା କରାନଯାଇ ୧୫ରୁ ୨୫ ଳକ୍ଷ ଟଙ୍କା ହଡ଼ପ୍ ହୋଇଥିବା ଘଟଣା ତଦନ୍ତାଧୀନ ଥିବା ବେଳେ ଏବେ କିର୍ମିରା ତହସିଲ ଅଫିସରେ ହେଡ଼୍ କ୍ଲାର୍କ କମ୍ ନାଜିର ଥିବା ବେଣୁଧର ଛଚାନଙ୍କ ନାମରେ ୧୦ଲକ୍ଷ ୨୬ ହଜାର ୮୨୯ ଟଙ୍କା ଆତ୍ମସାତ କରିଥିବା ନେଇ ପ୍ରଶାସନିକ ତଦନ୍ତରୁ ଜଣାପଡ଼ିଛି।
ଏହି କର୍ମଚାରୀ କିରମିରାରୁ ଜିଲ୍ଲା ପଞ୍ଚାୟତ ଅଫିସକୁ ବଦଳି ହୋଇ ଆସିବା ବେଳେ ଏସ୍ଆର୍ କ୍ୟାସବୁକ୍ରେ ଥିବ ୩୯ ଲକ୍ଷ ୮୮ ହଜାର ୩୫୭ ଓ ୨୨ ହଜାର ୧୭୪ ଟଙ୍କର ଚେକ୍ ମଧ୍ୟରୁ ସେ ବରିଷ୍ଠ କିରାଣି ଷ୍ଟାଲିନ୍ ପଟେଲଙ୍କୁ ୨୯ ଲକ୍ଷ ୬୧ ହଜାର ୫୨୮ ଟଙ୍କା ଓ ୨୨ହଜାର ୧୭୪ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ବାକି ୧୦ ଲକ୍ଷ ୨୬ ହଜାର ୮୨୯ ଟଙ୍କା ସେ ଆତ୍ମସାତ କରିଥିବା ତଦନ୍ତ ପରେ ଜଣା ପଡ଼ିଥିଲା। ଏହି ଟଙ୍କା ଫେରାଇବାକୁ ବେଣୁଧରଙ୍କୁ ନୋଟିସ ଜିବା ପରେ ସେ ବିଭିନ୍ନ ପଯ୍ୟର୍ାୟରେ କିଛି ଟଙ୍କା ଫେରାଇ ଥିବା ବେଳେ ଆହୁରି ୩ଲକ୍ଷ ୨୫ ହଜାର ୭୨୨ ଟଙ୍କା ଫେରାଇ ନାହାନ୍ତି। ଏ ସଂପର୍କରେ କିର୍ମିରା ତହସିଲଦାର ଗତ ୧୨.୧୨.୧୭ରେ ଚିଠି ନଂ ୨୧୩୨ ରେ ଉପରୋକ୍ତ ଟଙ୍କା ୩ ଦିନ ମଧ୍ୟରେ କିର୍ମିରା ତହସିଲରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହା ଆଜି ପଯ୍ୟର୍ନ୍ତ ଜମା ହୋଇନଥିବା ଜଣାଯାଇଛି। ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏହି ଅସାଧୁ କର୍ମଚାରୀଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ କାଯ୍ୟର୍ନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଘଣ୍ଟ ଘୋଡ଼ାଇ ରଖୁଥିବା ଓ ଆତ୍ମସାତ କରିଥିବା ଟଙ୍କା ଫେରାଇ ଦେବାକୁ ସୁଯୋଗ ଦେଉଥିବା ସାଧାରଣରେ ଆଶ୍ଚଯ୍ୟର୍ ସୃଷ୍ଟି କରୁଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/01/rupees-1.jpg)