ଝାରସୁଗୁଡ଼ା: ବେଦାନ୍ତ ଆସପଣ୍ଡ ପଛ ପଟେ ଥିବା ଭୋଲଟାସ କମ୍ପାନି ଷ୍ଟୋରରେ ପଶି ୫ ଜଣ ବ୍ୟକ୍ତି ଡ୍ରିଲ ମେସିନ, କପର କେବୁଲ, ୱେଲ୍ଡିଂ କେବୁଲ ଆଦି ଚୋରି କରୁଥିବା ବେଳେ ସୁରକ୍ଷା କର୍ମଚାରୀଙ୍କ ଦ୍ବାରା ଧରାପଡ଼ିଛନ୍ତି। ରବିବାର ଏହି ଚୋରି ଧରାପଡ଼ିବା ପରେ ୩ ଜଣ ଫେରାର ହେଉଥିଲେ। ଆଉ ୨ ଜଣା ଧରାପଡ଼ିଥିଲେ। ପରେ ବଡ଼ମାଳ ପୁଲିସ୍ ଏମାନଙ୍କୁ ପଚରାଉଚରା କଲା ପରେ ଫେରାର ୩ ଜଣଙ୍କୁ ଠାବ କରିଥିଲା। ଅଭିଯୁକ୍ତଙ୍କଠାରୁ ବିଦ୍ୟୁତ ସରଞ୍ଜାମ ସହ ପ୍ରାୟ ୫୦ ହଜାର ଟଙ୍କା ସାମଗ୍ରୀ ଜବତ ହୋଇଥିବା ପୁଲିସ୍ କହିଛି। ଅଭିଯୁକ୍ତମାନେ ହେଲେ ବୁରୋମାଲର ଶତ୍ରୁଘ୍ନ ଲୁହା, ବଞ୍ଜାରୀ ଅନୀଲ ଭୋଇ, ଚୁଡ଼ାମଣି େରାହିଦାସ, କୁରେବଗାର ଭୀଷ୍ମ ବେହେରା, ପୁରୁଣାବସ୍ତିର ପର୍ଶୁ ମେହେର। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us