ଝାରସୁଗୁଡ଼ା ହୋଟେଲ୍‌ରେ ଦେହ ବ୍ୟବସାୟ ୨ ବଙ୍ଗୀୟ ଯୁବତୀ ଓ ପ୍ରେମୀଯୁଗଳ ଉଦ୍ଧାର

ଝାରସୁଗୁଡ଼ା ହୋଟେଲ୍‌ରେ ଦେହ ବ୍ୟବସାୟ ୨ ବଙ୍ଗୀୟ ଯୁବତୀ ଓ ପ୍ରେମୀଯୁଗଳ ଉଦ୍ଧାର

ଝାରସୁଗୁଡ଼ା: ରବିବାର ମଧ୍ୟାହ୍ନରେ ବେହେରାମାଲ୍‌ସ୍ଥିତ ଏକ ହୋଟେଲ୍‌ରୁ ଦେହ ବ୍ୟବସାୟରେ ସମ୍ପୃକ୍ତ ଥିବା ଦୁଇ ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ହଳେ ପ୍ରେମିକପ୍ରେମିକାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।

ସ୍ଥାନୀୟ ଟାଉନ୍‌ ଥାନା ଅନ୍ତର୍ଗତ ହୋଟେଲ୍‌ ମହାବୀର ଇନ୍‌ରେ ଦେହ ବ୍ୟବସାୟ ଚାଲିଛି ବୋଲି ସୂଚନା ପାଇବା ପରେ ଝାରସୁଗୁଡ଼ା ଥାନାର ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ୱରେ ଏକ ୨୫ ଜଣିଆ ପୁଲିସ ଦଳ ଦିନ ପ୍ରାୟ ୧୧ଟା ବେଳେ ସେଠାରେ ଚଢ଼ାଉ କରିଥିଲେ।publive-image

ଦେହ ବ୍ୟବସାୟରେ ସମ୍ପୃକ୍ତ ଦୁଇ ଯୁବତୀ ପଶ୍ଚିମବଙ୍ଗ ଅଞ୍ଚଳର। ପ୍ରେମୀଯୁଗଳ କୁଚିଣ୍ଡାର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ସମସ୍ତଙ୍କୁ ଗିରଫ କରାଯାଇ ଥାନାକୁ ଅଣାଯାଇଛି।

ପ୍ରାୟ ଅଧଘଣ୍ଟା କାଳ ଚାଲିଥିବା ଏହି ଚଢ଼ାଉରେ ପୁଲିସ ସମ୍ପୃକ୍ତ ବଙ୍ଗୀୟ ଯୁବତୀ ଏବଂ ପ୍ରେମିକ ପ୍ରେମିକାଙ୍କ ପରିଚୟ ପତ୍ର ଜବତ କରି ସତ୍ୟାସତ୍ୟ ଯାଞ୍ଚ୍‌ କରୁଛି।

ହୋଟେଲ ମାଲିକ ତଥା ବିଜେପି ନେତା ନବୀନ ନାୟକଙ୍କୁ ପୁଲିସ ଅଟକ ରଖିଛି।

ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଛି। ତଦନ୍ତ ପରେ ଅଧିକ ତଥ୍ୟ ହସ୍ତଗତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe