ନବଙ୍କ ଦଳବଦଳ ଇସାରା : ବଦଳିବ ଝାରସୁଗୁଡା ସମୀକରଣ

କିଶୋରଙ୍କ ପାଇଁ ବଢ଼ିଲା ଅଡୁଆ, ସକ୍ରିୟ ହେଲେଣି ହେମାନନ୍ଦ

ନବଙ୍କ ଦଳବଦଳ ଇସାରା : ବଦଳିବ ଝାରସୁଗୁଡା ସମୀକରଣ

ଝାରସୁଗୁଡ଼ା : ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ କିଶୋର ଦାସ କଂଗ୍ରେସ ଛାଡ଼ିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଶ୍ରୀ ଦାସ ତାଙ୍କ ଦଳ ପରିବର୍ତ୍ତନ ନେଇ କର୍ମୀଙ୍କ ମତାମତ ସଂଗ୍ରହ କରିଛନ୍ତି ଓ ସହଯୋଗ ଲୋଡି ସାନି ଅଭିଯାନ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ସେ ଯେଉଁ ଦଳକୁ ଯିବେ ସେଠାରେ କିପରି ଭିତ୍ତିଭୂମି ସୁଦୃଢ଼ ହୋଇ ପାରିବ ତାର ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରି ସାରିଲେଣି। କିନ୍ତୁ କାହିଁକି କଂଗ୍ରେସ ଛାଡିବେ, ଛାଡିଲେ େକଉଁ ଦଳରେ ଯୋଗଦେବେ, େସ ନେଇ କିନ୍ତୁ ମୁହଁ େଖାଲୁନାହାନ୍ତି। ମାଟିର ସ୍ବାର୍ଥ କଥା ଉଠାଇ ଏସଂକ୍ରାନ୍ତ ସମସ୍ତ ପ୍ରଶ୍ନକୁ ଏଡାଇ ଯାଉଛନ୍ତି।

ବଡ଼ କଥା ହେଲା, ନବ ନିକଟରେ ତାଙ୍କ ପୁତ୍ର ବିଶାଳ ଦାସଙ୍କୁ ରାଜନୀତିକୁ ଆଣିଛନ୍ତି। ବିଶାଳ ଅଧୁନା ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଦାୟିତ୍ବରେ ରହିଛନ୍ତି। ଜିଲ୍ଲା କଂଗ୍ରେସ ସଂଗଠନର ସଂପୂର୍ଣ୍ଣ ନିୟନ୍ତ୍ରଣ ନବଙ୍କ ହାତରେ ରହିଛି। ଅତଏବ ସେ ଯଦି କଂଗ୍ରେସ ତ୍ୟାଗ କରନ୍ତି ତେବେ ଦଳବଳ ନେଇ ଅନ୍ୟଦଳରେ ଯୋଗ ଦେବାର ସମ୍ଭାବନା ଅଧିକ। ଏପରିସ୍ଥିତିରେ ଝାରସୁଗୁଡାରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବଙ୍କ ସଂପର୍କ ନେଇ ପୂର୍ବରୁ ଚର୍ଚ୍ଚା େହାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଏହାର ଝଲକ ବି ଝାରସୁଗୁଡାବାସୀ େଦଖିଛନ୍ତି। ଗତକିଛି ଦିନ ଧରି ନବ ଯାହା କହୁଥିଲେ ସରକାର ତାକୁ ପୂରଣ କରିଆସିଛନ୍ତି। ଏଣୁ କେହି କିଛି ମୁହଁ ନ ଖୋଲିଲେ ବି ନବ ବିେଜଡିରେ ଯୋଗଦେବା ସମ୍ଭାବନା ଅଧିକ େବାଲି ରାଜନୈତିକ ମହଲ ବିଶ୍ବାସ କରୁଛନ୍ତି।

ପ୍ରଶ୍ନ ଉଠୁଛି, ନବ ଯଦି ବିଜେଡ଼ିକୁ ଯାଆନ୍ତି ତେବେ ଜିଲ୍ଲା ବିଜେଡ଼ିର ନେତୃତ୍ବ ନେଇଥିବା ତାଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ରାଜନୈତିକ ଭବିଷ୍ୟତ କଣ େହବ? କିଶୋର ଓ ନବଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ଏମିତି ଯେ, ଉଭୟଙ୍କୁ କେବେ ମଧ୍ୟ ଗୋଟିଏ ମଞ୍ଚରେ ଦେଖା ଯାଇନାହିଁ। କିଶୋରଙ୍କ ସମର୍ଥକମାନେ ନବଙ୍କୁ ବିରୋଧ କରି ଆସୁଛନ୍ତି। ଏଭଳି ପରିସ୍ଥିତିରେ ଯଦି ନବ କଂଗ୍ରେସ ଛାଡ଼ି ବିଜେଡ଼ିକୁ ଆସନ୍ତି ତେବେ କିଶୋର-ନବ ଏକାଠି େହବେ ନା କିେଶାର ଆଉ କିଛି ନିଷ୍ପତ୍ତି ନେବେ?
ନବଙ୍କ ଦଳବଦଳ ସଂପର୍କରେ କିଶୋର ମହାନ୍ତି ଆଜି ମୁହଁ ଖୋଲିଛନ୍ତି। କହିଛନ୍ତି, ନବ ବିଜେଡ଼ିକୁ ଆସିବା ନେଇ ଜିଲ୍ଲା ସଭାପତି ଭାବରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ନବ ଯେଉଁ ପାର୍ଟିରେ ମାଟିର ସେବା କରିବାକୁ ସୁଯୋଗ ପାଇଥିଲେ ହଠାତ୍ ସେହି ପାର୍ଟିକୁ ଏତେ ହତାଦର କରୁଛନ୍ତି କାହିଁକି ବୋଲି କିଶୋର ଓଲଟା ପ୍ରଶ୍ନ କରିଛନ୍ତି।

ସେପଟେ ନବଙ୍କ ଦଳବଦଳ ପରିପ୍ରେକ୍ଷୀରେ ପୂର୍ବ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଏବେ ସକ୍ରିୟ ହୋଇ ଉଠିଛନ୍ତି। ହୁଏତ ନବ କଂଗ୍ରେସ ଛାଡ଼ିଲେ ସେ ଦଳର ମଙ୍ଗ ଧରିପାରନ୍ତି। ଏଥିପାଇଁ ସେ ପୁରୁଣା କଂଗ୍ରେସ କର୍ମୀଙ୍କୁ ଏକଜୁଟ କରିବା ଆରମ୍ଭ କରିଛନ୍ତି। ଜିଲ୍ଲାର କୋଲାବିରା, ଲଇକେରା ଓ କିର୍ମିରା ବ୍ଳକରେ କଂଗ୍ରେସର ଏକ ବଡ଼ ଭୋଟ ବ୍ୟାଙ୍କ ରହିଛି। ନବ ଅନ୍ୟ ଦଳକୁ ଗଲେ ଏହି େଭାଟ ବ୍ୟାଙ୍କ କଣ ତାଙ୍କ ସହିତ ଯିବ? କିନ୍ତୁ ଏକଥା ସ୍ପଷ୍ଟ େହଲାଣି େଯ ହେମା, କିେଶାର ଓ ନବଙ୍କୁ ନେଇ ଝାରସୁଗୁଡା ରାଜନୀତିର ସମୀକରଣ ନିଶ୍ଚିତ ବଦଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe