ଝାରସୁଗୁଡ଼ା: ଜିଲ୍ଲାପାଳ ବିଭୂତି ଭୂଷଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଅଧୀକ୍ଷକ ନାରାୟଣ ମେହେରଙ୍କ ତତ୍ବାବଧାନରେ ବେଆଇନ ମଦ କାରବାର ଉପରେ ଶୁକ୍ରବାର ଚଢ଼ଉ ତୀବ୍ର କରାଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଭାବେ ବେଆଇନ କାର୍ବାର ଚାଲିଥିବା ବେଳେ ଶୁକ୍ରବାର ପୁଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ବିପୁଳ ମଦ ପରିମାଣରେ ମଦ ଜବତ କରାଯାଇଛି। ଏହାସହ ମଦ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଲଇକେରା ଅଞ୍ଚଳରୁ ଟୁକୁନା ବିଶାଳ, ରାଜୁ ମିର୍ଦ୍ଧା ଓ ସୀତା ମିର୍ଦ୍ଧାଙ୍କୁ ଘଟଣାରେ ସଂପୃକ୍ତ ଥିବା ନେଇ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୫୫ ଲିଟର ବେଆଇନ ମହୁଲି ମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି। ଏହାସହ ୭୫୦ କେଜି ମହୁଲ ପୋଚ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/04/jhar-1.jpg)