ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା କେଉଁଟିବାହାଲ ଗାଁରେ ରଜନୀ କର୍ଣ୍ଣ (୩୫)ଙ୍କ ମୃତ୍ୟୁ ସଂଦେହଜନକ ପରିସ୍ଥିତିରେ ହୋଇଥିବା ବେଳେ ବୁଧବାର ରାତି ପ୍ରାୟ ସାଢ଼େ ୮ଟା ପରେ ପୁଲିସ୍ ଏନେଇ ଖବର ପାଇଲା ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗୁରୁବାର ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯିବ। ମାମଲା ତଦନ୍ତାଧୀନ ଥିବାରୁ ଅଧିକ ବିବରଣୀ ମିଳିପାରିନାହିଁ। ମହିଳାଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ନା ହତ୍ୟା ସେନେଇ ପୁଲିସ୍ ସଂଦେହ କରୁଛି। ଏସଡିପିଓ, ଚାରମାଳ ଥାନାଧିକାରୀ ଘଟଣାର ତଦନ୍ତ ଜାରି ରଖିଛନ୍ତି।
ମହିଳାଙ୍କ ମୃତ୍ୟୁ, ସ୍ୱାମୀ ଅଟକ
Advertisment
Follow Us