ଝାରସୁଗୁଡ଼ା: ଖଣିଜଙ୍ଗଲ ପାହାଡ଼ର କରଡ଼ାଗଛରେ ମହିଳାଙ୍କ ଝୁଲନ୍ତା ଶବ

ଝାରସୁଗୁଡ଼ା: ଖଣିଜଙ୍ଗଲ ପାହାଡ଼ର କରଡ଼ାଗଛରେ ମହିଳାଙ୍କ ଝୁଲନ୍ତା ଶବ

ପାଇକସାହି: ଗୁରୁବାର ସକାଳ ଆଠଟା ବେଳେ ଅନଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବିଡ଼ିଶିଙ୍ଗା ଗ୍ରାମର ଜଣେ ମହିଳା ଖଣି ଜଙ୍ଗଲରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ଖଣିଜଙ୍ଗଲ ପାହାଡ଼ ଉପରେ ଗୋଟାଏ କରଡ଼ା ଗଛରେ ସେ ମହିଳାଙ୍କ ଶବ ଓହଳି ଥିବା କଥା କେତେକ ଗ୍ରାମବାସୀ ଦେଖି ପୁଲିସକୁ ସୂଚନା ଦେଇଥିଲେ।

ମୃତ ମହିଳା ଜଣକ ହେଉଛନ୍ତି ୪୨ ବର୍ଷୀୟ ତିଳୋତ୍ତମା ପ୍ରଧାନ। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି। ମୃତା ତିଳୋତ୍ତମାଙ୍କର ଗୋଟିଏ ପୁଅ ଓ ସ୍ୱାମୀ ଅଛନ୍ତି।

ଠାକୁରଗଡ଼ ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe