ବେଲପାହାଡ: ଲଖନପୁର ବ୍ଲକ କଣ୍ଢେଇକେଲା ଫାଣ୍ଡି ଅଧିନସ୍ତ କିରିତମାଲ ଗ୍ରାମର ଗୋରୀ ପ୍ରଧାନ (୬୦), ସ୍ୱାମୀ ବାଂଛାନିଧି ପ୍ରଧାନ ଗତ ୦୧/୦୩ ତାରିଖ ଦିନ ସକାଳ ପ୍ରାୟ ୭ଟା ରେ ସଡକ ପାର୍ଶ୍ୱସ୍ଥ ପାଣି କଳରୁ ପାଣି ଆଣିବାକୁ ଯିବା ସମୟରେ ସେହି ଗ୍ରାମରେ ଜିତେନ ବନ୍ଛୋରର ବାଇକ ଧକ୍କାରେ ଆହତ ହୋଇଥିଲେ। ଜାହାଂଗିର ଗାନ୍ଧି ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ପରେ ଗୌରୀଙ୍କ ଅଧିକ ଚିକିତ୍ସା ପାଇଁ ଝାରସୁଗୁଡ଼ା ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ବାଂଛାନିଧି କଣ୍ଢେଇକେଲା ଫାଣ୍ଡିରେ ଗତ ୦୮/୦୩ରେ ଘଟଣା ସମ୍ପର୍କରେ ଜିତେନ ବିରୋଧରେ ଏକ ଏତଲା ଦେଇଥିଲେ। ପୁଲିସ ଜିତେନକୁ ଗିରଫ କରିବା ସହ ଗୁରୁବାର କୋର୍ଟ ଚାଲାଣ କରିଛି।
ବାଇକ୍ ଧକ୍କାରେ ମହିଳା ଆହତ:ଅଭିଯୁକ୍ତ କୋର୍ଟ ଚାଲାଣ
Advertisment
Follow Us