ବୋଲେରୋ ବାଇକ୍ ଧକ୍କା, ଯୁବକ ମୃତ

ଚେକଗେଟରେ ପିଟିହେଲା ବାଇକ୍, ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ ମୃତ

jang.com.pk

ଝାରସୁଗୁଡ଼ା : ବଡ଼ମାଲ ଥାନା ଅନ୍ତର୍ଗତ ହିରମା ରାସ୍ତାରେ ବଲେରୋ ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଆଜି ସନ୍ଧ୍ୟା ସାଢ଼େ ୬ ଟାରେ ସିଂହଲ କାରଖାନା ନିକଟରେ ଏକ ବାଇକ ଓ ବଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଜୀବର୍ଦ୍ଧନ ଭଏଁସା(୩୦) ଓ ତାଙ୍କ ଘର କଟାଟିକ୍ରା ବୋଲି ଜଣାପଡ଼ିଛି । ସେ ଖେରୁଆଲ ଠାରେ ଜନସେବା କେନ୍ଦ୍ର ଖୋଲିଥିବା ବେଳେ ଆଜି କୌଣସି ଗାଁକୁ କୁଣିଆ ହୋଇଯାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି। ପୁଲିସ ଶବ ଜବତ କରିବା ସହିତ ବଲେରୋ ଜବତ କରି ଡ୍ରାଇଭର ସଂଜୟ ପ୍ରଧାନକୁ ଗିରଫ କରିଛି। ବଲେରୋଟି ଜାମଗାଁ ଅଞ୍ଚଳର ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe