Biology Dictionary
ଝାରସୁଗୁଡ଼ା: ବାରହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ। ମୃତ ଯୁବକ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସେମଲିଆ ଗ୍ରାମ ଛବିଳ ସା (୪୮) ବୋଲି ଜଣାପଡ଼ିଛି।
ଛବିଳ ଆଜି ସକାଳୁ ସେମଲିଆ ଗାଁର ମୁଣ୍ଡା ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ପୋଖରୀ ରାସ୍ତା ନିକଟରେ ଏକ ବିଲରେ ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଛବିଳଙ୍କ ମୃତ୍ୟୁ ହୋଇଥିଲା।
ଖବର ପାଇ ରେଙ୍ଗାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବାରହା ଶିକାର କରିବା ପାଇଁ ଏହି ବିଦ୍ୟୁତ କିଏ ବିଛେଇଥିଲେ ସେନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ।
Follow Us