ଅସାବଧାନତା ହେତୁ ପୋଖରୀରେ ବୁଡ଼ି ମସ୍ତିଷ୍କ ବିକୃତ ଯୁବକଙ୍କ ମୃତ୍ୟୁ

ଖଲିକୋଟ : ଗାଁ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ

image credit : india tv news

ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତିଲେଇମାଲ ଗ୍ରାମର ଦୁର୍ଗା ପଣ୍ଡାଙ୍କର ପୁଅ ସୁମିତ ପଣ୍ଡା (୧୯)ଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁସାରେ, ସୁମିତ ୪ ଦିନ ତଳେ ନିଖୋଜ ହୋଇଯାଇଥିଲେ। ସୁମିତଙ୍କ ମସ୍ତିଷ୍କ ବିକୃତି ଥିବାରୁ ସେ ଅସାବଧାନତାରେ ଗମ୍ଭାରୀଗୁଡ଼ାସ୍ଥିତ ଅଉଁଳା ବନ୍ଧରେ ପଡ଼ି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲଇକେରା ଦମକଳ ବିଭାଗର କର୍ମଚାରୀଙ୍କ ସହାୟତାରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ସରକାରୀ ଡାକ୍ତରଖାନାକୁ ପଠାଇଥିଲା। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ଏସ୍‌ଆଇ ତୋଫାନି ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe