ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

ବ୍ରଜରାଜନଗର: ଲଖନପୁର ଥାନା ପଣ୍ଡରି ପଞ୍ଚାୟତ ବଲଣ୍ଡା ଗାଁର କୁଞ୍ଜବିହାରୀ ହାତୀ (୫୦) ଆକ୍ରମଣ କରିବାରୁ ସେହି ଗାଁର ଜଣେ ଯୁବକ ଗଜାଧର ଭୁଏ (୩୫) ଗୁରୁତର ଆହତ ହୋଇଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି କୁଞ୍ଜିବହାରୀକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଗୁରୁବାର ସଂଧ୍ୟା ସାଢ଼େ ୭ଟା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। କୁଞ୍ଜବିହାରୀ ଚୋରାରେ ମଦ ବେପାର କରିଥାଏ। ବଚସା ବେଳେ ଉତ୍ତ୍ୟକ୍ତ ହୋଇ ଏକ ଫୁଙ୍କ ନଳି ସାହାଯ୍ୟରେ କୁଞ୍ଜ ଆକ୍ରମଣ କରିଥିଲା। ଗଜାଧରଙ୍କୁ ପରେ ପୁଲିସ ସହାୟତାରେ ଝାରସୁଗୁଡ଼ା ସଦର ମେଡିକାଲ ଏବଂ ସେଠାରୁ ବୁର୍ଲା ମେଡିକାଲ ନିଆଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ତାଙ୍କ ମୁଣ୍ଡ ଫାଟିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe