ବିଦ୍ୟୁତ ଖୁଣ୍ଟରୁ ପଡ଼ି ଯୁବକ ମୃତ

ବିଦ୍ୟୁତ ଖୁଣ୍ଟରୁ ପଡ଼ି ଯୁବକ ମୃତ

ଇବର୍ଥମାଲ: ବନହରପାଲି ଥାନା କୁମ୍ଭାରବନ୍ଧ ଫାଣ୍ଡି ଅନ୍ତର୍ଗତ ଦଳଗାଁ ପଞ୍ଚାୟତ ଗୁଡ଼ିହାଲ ଗାଁରେ ଶନିବାର ସନ୍ଧ୍ୟାରେ ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ରାଜୁ ରାମ (୨୫) ଓ ଘର ରାଜସ୍ଥାନର ଜୋଧପୁର ଭୋଟାଲଗଡ଼ ଥାନା ଅନ୍ତର୍ଗତ ବେଓ୍ଵାତ୍ରା ଗାଁରେ ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ବଜାଜ୍‌ ଇଲେକ୍ଟିକାଲ ଲିମିଟେଡ ନାମକ ସଂସ୍ଥା ଗାଁମାନଙ୍କରେ ବିଦ୍ୟୁତ୍‌କରଣ କାମ କରୁଛି। ଉକ୍ତ ସଂସ୍ଥା ପକ୍ଷରୁ ଗୁଡ଼ିହାଲି ଓ ଦୁଦୋଲସିଂହା ଗାଁରେ ଚାଲିଥିବା କାମରେ ରାଜୁ ରାମ ଶ୍ରମିକ ଭାବେ ନିୟୋଜିତ ଥିଲେ। ଶନିବାର ସନ୍ଧ୍ୟାରେ ସେ ଏକ ଖୁଣ୍ଟ ଉପରେ ଚଢ଼ି କାମ କରୁଥିବା ବେଳେ ହଠାତ୍‌ ତଳକୁ ଖସି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଝାରସୁଗୁଡ଼ା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏ ନେଇ ସଂସ୍ଥାର ମ୍ୟାନେଜର ସମୀର ନାଏକ ଆଜି ଲିଖିତ ଭାବେ ଜଣାଇବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଥିଲା। ପରେ ଶବକୁ ତାଙ୍କ ନିଜ ଗାଁ’କୁ ପଠାଇ ପୁଲିସ୍‌ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe