ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରି ୧୪ ବର୍ଷ ଜେଲ

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରି ୧୪ ବର୍ଷ ଜେଲ

ଝାରସୁଗୁଡ଼ା : ଘରେ ଏକୁଟିଆ ଥିବା ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଝାରସୁଗୁଡ଼ା ଜିଲ୍ଲା ଓ ସେସନ ଜଜ୍‌ ଗୋପାଳଚନ୍ଦ୍ର ପଟ୍ଟନାୟକ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୩୧ ହଜାର ଟଙ୍କା ଅର୍ଥଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

ଏହି କୋର୍ଟର କ୍ୟାଡର ପବ୍ଲିକ ପ୍ରୋସିକ୍ୟୁଟର ବେଣୁଲାଲ ପ୍ରଧାନଙ୍କଠାରୁ ପ୍ରକାଶ ଯେ ଗତ ୨୯.୭.୧୬ ତାରିଖ ବଡ଼ମାଲ ଥାନା କୁରେଇବଗା ଗ୍ରାମର ମୁନା ଓରଫ୍‌ ଜଗବନ୍ଧୁ ଭୋଇ ସେହି ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଘରେ ଏକୁଟିଆ ଥିବା ବେଳେ ତାଙ୍କ ସହିତ ଦୁଷ୍କର୍ମ କରିଥିବା ନେଇ ସଂପୃକ୍ତ ଥାନାରେ ୧୦୪/୨୦୧୬ରେ ଏକ ମାମଲା ରୁଜୁ ହୋଇଥିଲା।

ମାନ୍ୟବର ଜିଲ୍ଲା ଜଜ୍‌ ଶ୍ରୀ ପଟ୍ଟନାୟକ ଏହି ମାମଲାରେ ୨୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଭାରତୀୟ ଦଣ୍ଡବିଧି ଆଇନର ୩୭୬ ଦଫାରେ ୧୪ ବର୍ଷ ଓ ୩୦ ହଜାର ଟଙ୍କା, ୪୫୪ ଦଫାରେ ୨ ବର୍ଷ ଓ ୧୦ ହଜାର ଟଙ୍କା ଏବଂ ୩୨୩ ଦଫାରେ ୩ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅର୍ଥ ଅନାଦେୟରେ ଆହୁରି ଅଧିକ ୬ ମାସ ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe