ମକର ସଂକ୍ରାନ୍ତିରେ ଦିଦାଇ ସଂପ୍ରଦାୟର ନିଆରା ପର୍ବ ‘ଝାଟିମରା’

Advertisment
ମକର ସଂକ୍ରାନ୍ତିରେ ଦିଦାଇ ସଂପ୍ରଦାୟର ନିଆରା ପର୍ବ  ‘ଝାଟିମରା’

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ଦିଦାଇ ସଂପ୍ରଦାୟ ଅନ୍ୟତମ। ୧୨ ମାସରେ ୧୩ ପର୍ବ ଭଳି ଆଦିବାସୀ ସଂପ୍ରଦାୟରେ ମଧ୍ୟ ଭିନ୍ନ ଭିନ୍ନ ମାସରେ ଭିନ୍ନ ଭିନ୍ନ ପରବ ରହିଥାଏ। ଦିଦାଇ ସଂପ୍ରଦାୟରେ ମକର ସଂକ୍ତାନ୍ତିର ପୂର୍ବ ଦିନ ପରଂପରା ଅନୁଯାୟୀ ଏକ ନିଆରା ପର୍ବ ପାଳନ କରାଯାଇଥାଏ। ଯାହାକୁ ‘ଝାଟିମରା’ ପର୍ବ ବୋଲି କୁହାଯାଇଥାଏ।ଝାଟିର ଅର୍ଥ ହେଲା ଗଛର ସରୁ ଲମ୍ବା ବାଡି। ଏହି ବାଡିକୁ ଗ୍ରାମବାସୀ ଗୋଟିଏ ସ୍ଥାନରେ ଏକତ୍ରୀତ ହୋଇ ପରସ୍ପର ମଧ୍ୟରେ ମାଡ ମାରିଥାନ୍ତି।ବର୍ଷସାରା ହୋଇଥିବା ଝଗଡା ଝାଟିକୁ ସମାଧାନ କରିବା ଏବଂ ସେସବୁକୁ ଭୁଲି ପୁଣି ନୂଆ ସଂପର୍କ ଯୋଡିବା ପାଇଁ ଏହି ଝାଟିମରା ପର୍ବ ପାଳନ କରାଯାଇଥାଏ। କେବଳ ଏତିକି ନୁହେଁ ଚଳିତ ବର୍ଷ ଭଲ ଫସଲ ହେବା ସହ ଗ୍ରାମବାସୀଙ୍କ ମଧ୍ୟରେ ରୋଗ ବୈରାଗ ଦୁର ହେବା ଏବଂ ଭାଇଚାରା ସୃଷ୍ଟି କରିବା ଏହି ପର୍ବର ମୁଖ୍ୟ ଉଦେଶ୍ୟ ବୋଲି ଗ୍ରାମବାସୀ କହନ୍ତି। ଯେଉଁ ଝାଟି ବା ସରୁ ବାଡି ସହ ନିଜ ନିଜ ମଧ୍ୟରେ ଏବଂ ପରସ୍ପରକୁ ମାରିଥାନ୍ତି ସେହି ସମୟରେ ସମସ୍ତଙ୍କରର ଦେହରୁ ରକ୍ତ ବାହାରିଥାଏ। ସେହି ରକ୍ତକୁ ଦେବୀଙ୍କ ନିକଟରେ ଅର୍ପଣ କରାଯାଇଥାଏ।

publive-image Sambad

ଏପରିକି ସେହି ଝାଟି ବା ବାଡିଗୁଡିକକୁ ଗ୍ରାମଦେବୀଙ୍କ ନିକଟରେ ଅର୍ପଣ କରିଥାନ୍ତି। ଏହା ଦ୍ବାରା ଗ୍ରାମଦେବୀ ସନ୍ତୁଷ୍ଟ ହେବା ସହ ସମସ୍ତ ଗ୍ରାମବାସୀଙ୍କୁ ଖୁସିରେ ରଖିବା ଏବଂ ସମସ୍ତଙ୍କର ଉନ୍ନତି ପାଇଁ ଦେବୀ ଆଶିର୍ବାଦ ଦେଇଥାନ୍ତି ବୋଲି ବିଶ୍ବାସ ରହିଛି। ବର୍ଷ ବର୍ଷ ଧରି ଦିଦାଇ ସଂପ୍ରଦାୟର ଲୋକେ ଏହି ନିଆରା ପର୍ବକୁ ପାଳନ କରିଆସୁଛନ୍ତି। ସମସ୍ତ ଗ୍ରାମବାସୀ ଶେଷରେ ଗ୍ରାମଦେବୀଙ୍କ ନିକଟରେ ଶରଣ ପଶିବା ସହ ଭୋଗ ସେବନ କରିଥାନ୍ତି। ମାଲକାନଗିରି ଜିଲ୍ଲାର ଖଇରପୁଟ ଏବଂ ରାସବେଡା ପଞ୍ଚାୟତର ଅରଙ୍ଗୀ, ମୁଦୁଲିଗୁଡା ସମେତ ଆଖପାଖର ଗ୍ରାମଗୁଡିକର ଲୋକେ ଏକତ୍ରିତ ହୋଇ ଏହି ଝାଟିମରା ପର୍ବ ପାଳନ କରିବା ସହ ବହୁ ମଜା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe