ରାଜ୍ୟ ବିଜେଡ଼ି ସାଙ୍ଗଠନିକ ସମ୍ପାଦକଙ୍କୁ ଭେଟିଲେ ଜୟଦେବ ଜିଲ୍ଲା ପରିଷଦ

ରାଜ୍ୟ ବିଜେଡ଼ି ସାଙ୍ଗଠନିକ ସମ୍ପାଦକଙ୍କୁ ଭେଟିଲେ ଜୟଦେବ ଜିଲ୍ଲା ପରିଷଦ

Sambad

ବାଲିଅନ୍ତା/ବାଲିପାଟଣା: ଆଜି ପୂର୍ବାହ୍ନରେ ରାଜ୍ୟ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ଉଭୟ ବାଲିଅନ୍ତା-ବାଲିପାଟଣା ବ୍ଲକର ୬ଟିଯାକ ଜୋନର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷା ଭେଟି କୃତଜ୍ଞତା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଜୟଦେବ ନିର୍ବାଚନମଣ୍ଡଳୀରୁ ବିଜେଡ଼ି ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରିଥିବା ସବୁ ପ୍ରାର୍ଥୀମାନେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ବାଲିଅନ୍ତା ବ୍ଲକ ୧୬ ନମ୍ବର ଜିଲ୍ଲା ପରିଷଦ ଜୋନର ମହେଶ୍ବର ଦାଶ, ୧୭ ନମ୍ବର ଜୋନର କୁନମୁନ ଲେଙ୍କା, ୧୮ ନମ୍ବର ଜୋନର ମଙ୍ଗରାଜ ବେହେରା, ୧୯ ନମ୍ବର ଗଙ୍ଗାଧର ମଲ୍ଲିକ, ୨୦ ନମ୍ବର ସୁକନ୍ୟା ସେଠୀ ଏବଂ ୨୧ ନମ୍ବର ଜୋନରୁ ପବିତ୍ର ମୋହନ ପଟେଲ ନିର୍ବାଚିତ ହୋଇଛନ୍ତି। ସେହିପରି ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ଭାବେ ବାସନ୍ତୀ ଖଟୁଆ ଏବଂ ବାଲିପାଟଣା ବ୍ଲକ ଅଧ୍ୟକ୍ଷା ଭାବେ ହରପ୍ରିୟା ଦାସ ନିର୍ବାଚିତ ହୋଇଛନ୍ତି।

publive-image Sambad

ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବରିଷ୍ଠ ବିଜେଡ଼ି ନେତା କମଳ କୁମାର ପାତ୍ରଙ୍କ ନେତୃତ୍ବରେ ଖୋର୍ଦ୍ଧା ଜିଲ୍ଲା ଏବଂ ବ୍ଲକସ୍ତରୀୟ ଜନ ପ୍ରତିନିଧି ମାନେ ଶତାଧିକ ସମର୍ଥକଙ୍କ ସହିତ ସ୍ଥାନୀୟ ଗଡ଼ଶ୍ରୀରାମପୁର ସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଣବଙ୍କୁ ପ୍ରଥମେ ତାଙ୍କ କାର୍ଯ୍ୟାଳୟରେ ଭେଟିଥିଲେ। ସେଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସେଠାରୁ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଜୟଦେବ ନିର୍ବାଚନମଣ୍ଡଳୀର ବିକାଶ ନେଇ ଆଲୋଚନା କରିଥିଲେ। ଏହାପରେ ବିମାନବନ୍ଦର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲିଅନ୍ତା ବ୍ଲକ ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ସଭାପତି କିଶୋର ଜେନା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶରତ ଚନ୍ଦ୍ର ପଟ୍ଟନାୟକ, ପୂର୍ବତନ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷ ଚୌଧୂରୀ ବିଜୟ କୃଷ୍ଣ ଦାଶଙ୍କ ସମେତ ବାଲିପାଟଣା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତ୍ରିବିକ୍ରମ ନାଶ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe