ସୁବର୍ଣ୍ଣରେଖା କେନାଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ନେଇ ଉଦାସୀନତା

Advertisment

ଜେଏମଏମର ଦୃଢ଼ ବିରୋଧ

ଜେଏମଏମର ଦୃଢ଼ ବିରୋଧ

ସୁବର୍ଣ୍ଣରେଖା କେନାଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ନେଇ ଉଦାସୀନତା

ବାରିପଦା: ସୁବର୍ଣ୍ଣରେଖା କେନାଲ ଦ୍ଵାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ନେଇ ହେଉଥିବା ଉଦାସୀନତାକୁ ଦୃଢ଼ ବିରୋଧ କରିଛି ଜେଏମଏମ। ଚାଷୀଙ୍କୁ ଉପଯୁକ୍ତ ପରିମାଣରେ ସହାୟତା ରାଶି ପ୍ରଦାନ କରାଯାଉନଥିବା ଅଭିଯୋଗ କରି ଆଜି ଜେଏମଏମର ବାରିପଦା ସଦର ସଭାପତି ଶଙ୍କର ପ୍ରସାଦ ମୁର୍ମୁ ଏବଂ ଯୁବନେତା ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ଚାଷୀମାନେ କୁଳିଅଣା ତହସିଲଦାର ଶଙ୍କର ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।

କିଛିଦିନ ତଳେ ସୁବର୍ଣ୍ଣରେଖା କେନାଲରେ ସୃଷ୍ଟି ହୋଇଥିବା ଘାଇ କାରଣରୁ ବ୍ୟାପକ ଶସ୍ୟକ୍ଷେତ୍ର କ୍ଷତିଗ୍ରସ୍ତ ହୋଇଥିଲା। ଜେଏମଏମର ଆନ୍ଦୋଳନ ପରେ ୧୮ ଜଣ ଚାଷୀଙ୍କୁ ସର୍ଭେ ତାଲିକାଭୁକ୍ତ କରାଯାଇଥିଲା । ସେଥିରୁ ୧୩ ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ ଆଉ ୫ଜଣଙ୍କୁ ପ୍ରଦାନ କରାଯାଇନାହିଁ ।

ତେଣୁ ବାକିଥିବା ଚାଷୀମାନଙ୍କୁ ଯଥାଶୀଘ୍ର ସହାୟତା ରାଶି ପ୍ରଦାନ ସହିତ ସମସ୍ତ ଚାଷୀଙ୍କୁ ପୁନର୍ବାର ଉପଯୁକ୍ତ ସହାୟତା ରାଶି ପ୍ରଦାନ କରିବାପାଇଁ ଦୃଢ ଦାବି କରିଛି ଦଳ। ଏହି ଅବସରରେ ପୁଟୁ ସାହୁ, ଲୁକ ଟୁଡ଼ୁ, ଅବିନାଶ ମୁର୍ମୁ,ନାରାନ ମାର୍ଣ୍ଡି ଏବଂ ଅନେକ କ୍ଷତିଗ୍ରସ୍ତ ଚାଷୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଚାଷୀମାନଙ୍କୁ ଉପଯୁକ୍ତ ସହାୟତା ରାଶି ପ୍ରଦାନ କରାନଗଲେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଦଳ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe