ମୟୂରଭଞ୍ଜର ବିକାଶରେ ଝାଡ଼ଖଣ୍ଡ ସରକାରଙ୍କ ଅସହଯୋଗ ପ୍ରସଙ୍ଗ : ବିଶ୍ୱେଶ୍ୱରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲା ଜେଏମଏମ

Advertisment

ନିଜ ଦୋଷ ଘୋଡାଇବାକୁ ଅନ୍ୟକୁ ଦୋଷ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର: ଜେଏମଏମ

ନିଜ ଦୋଷ ଘୋଡାଇବାକୁ ଅନ୍ୟକୁ ଦୋଷ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର: ଜେଏମଏମ

ଜେଏମଏମର ରାଜ୍ୟ କମିଟି ଘୋଷଣା: ରାଜ୍ୟ ସାଧାରଣ ସମ୍ପାଦକ ହେଲେ ଦୁବରାଜ୍ ନାଗ୍
ବାରିପଦା : ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ସହିତ ରେଳ ପ୍ରକଳ୍ପ ରୂପାୟନ କ୍ଷେତ୍ରରେ ଝାଡ଼ଖଣ୍ଡ ସରକାର ସହଯୋଗ କରୁନଥିବା ଗତକାଲି ଅଭିଯୋଗ କରିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଆଉ ଆଜି ଏନେଇ ପ୍ରତିକ୍ରିୟା ରଖିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)। ନିଜ ଦୋଷ ଘୋଡାଇବାକୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଅଯଥାରେ ଝାଡ଼ଖଣ୍ଡ ସରକାରଙ୍କୁ ଦୋଷ ଦେଉଛନ୍ତି ବୋଲି ପାଲଟା ଅଭିଯୋଗ ଆଣିଛି ଜେଏମଏମ। ସାଂସଦ ହିସାବରେ ବିଗତ ଦିନରେ ପାର୍ଲିଆମେଣ୍ଟରେ ଦକ୍ଷତା ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ନିଜର ରିପୋର୍ଟ କାର୍ଡରେ "ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ ରେଳ ଲାଇନ ବିକାଶ କ୍ଷେତ୍ରରେ" ଝାଡଖଣ୍ଡ ସରକାର ଅସହଯୋଗ କରୁଥିବା କଥା ଉଲ୍ଲେଖ କରିବା ସଂପୂର୍ଣ୍ଣ ଭାବରେ କପୋଳକଳ୍ପିତ ଓ ହାସ୍ୟାସ୍ପଦ ଅଟେ । ଉଲ୍ଲେଖଯୋଗ୍ୟ ଯେ ଝାଡଖଣ୍ଡସରକାର ତାଙ୍କ ରାଜ୍ୟ ମଧ୍ୟରେ ଥିବା ୫୬ କି.ମି ଦୈର୍ଘ୍ୟ ମୁଖ୍ୟ କେନାଲକୁ ୨୦୧୩ ମସିହାରେ ସାରି ପରୀକ୍ଷାମୂଳକ ଭାବରେ ସେବେଠାରୁ ଓଡ଼ିଶାର ଚାଷୀଙ୍କୁ ପାଣି ଯୋଗାଇ ଆସୁଛନ୍ତି ବୋଲି ଦଳ କହିଛି। ଅପରପକ୍ଷରେ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ୨୦୧୭ ସୁଦ୍ଧା ସାରିବାର ଲକ୍ଷ୍ୟ ରଖିଥିଲେ ମଧ୍ୟ ଏବେ ସୁଦ୍ଧା ତାହା ସରିନାହିଁ । ନିମ୍ନମାନର କାମ ହେତୁ ବହୁ ସମୟରେ କେନାଲ ଭାଙ୍ଗି ଚାଷୀଙ୍କ ପାଇଁ କୁତ୍ରିମ ଦୁର୍ବିପାକ ଆଣୁଛି । ଅନ୍ୟପକ୍ଷରେ ଜିଲ୍ଲାରେ ରେଳବାଇର ବିକାଶପାଇଁ ମୁଖ୍ୟତ୍ଵ ବାଙ୍ଗ୍ରିପୋଷି ରୁ ଗୋରୁମୋହିଷାଣୀ , ବାଦାମପାହାଡ଼ ରୁ କେନ୍ଦୁଝର ଭଳି ମିସିଙ୍ଗ ଲିଙ୍କର ସଂଯୋଗୀକରଣ ସହିତ ଖଡଗପୁର ରୁ ଭଦ୍ରାଚଳମ ନୂଆ ପ୍ରକଳ୍ପକୁ ସରକାର କାର୍ୟ୍ୟକାରୀ କରିବାର ଆବଶ୍ୟକତା ଅଛି । ଏହି ପ୍ରକଳ୍ପଗୁଡିକରେ କେଉଁ ପ୍ରକାରରେ ଝାଡଖଣ୍ଡ ସରକାର ବାଧକ ସାଜିଛନ୍ତି ଆମେ ବୁଝିପାରୁନୁ । ଜଣାପଡୁଛି  ମନ୍ତ୍ରୀ ମହୋଦୟ କେବଳ ନିଜର ଅପାରଗତାକୁ ଲୁଚେଇବା ପାଇଁ କେତେବେଳେ ଜିଲ୍ଲା ପ୍ରଶାସନ ତ କେତେବେଳେ ଝାଡଖଣ୍ଡ ସରକାର ଉପରେ ଦୋଷ ଲଦିବାର ଚେଷ୍ଟାକରୁଛନ୍ତି । ଜଣେ ଦାୟିତ୍ଵବାନ ମନ୍ତ୍ରୀ ହିସାବରେ ଏଭଳି ଭିତ୍ତିହୀନ ଦୋଷାରୋପ କରିବାରୁ କ୍ଷାନ୍ତ ହୋଇ ଜିଲ୍ଲାର ବିକାଶ ପାଇଁ ଧ୍ୟାନ ଦିଅନ୍ତୁ । ଏଥିରେ ବିଫଳ ହେଲେ  ଆଗାମୀ ଦିନରେ ଜେଏମଏମ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାରୁ ପଛେଇବ ନାହିଁ ବୋଲି ଦଳର ଜିଲ୍ଲା ସଭାପତି ପ୍ରଭୂଦାନ ମାର୍ଣ୍ଡି ପ୍ରକାଶ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe