ମହେଶ ହେମ୍ବ୍ରମ ବିଜେଡିରେ ମିଶିବା ନେଇ ପ୍ରତିକ୍ରିୟା ରଖିଲା ‌ଜେଏମଏମ

Advertisment

କିଏ ଦଳ ଛାଡ଼ି ଗଲେ ମଧ୍ୟ କୌଣସି ଫରକ ପଡ଼ିବନି

କିଏ ଦଳ ଛାଡ଼ି ଗଲେ ମଧ୍ୟ କୌଣସି ଫରକ ପଡ଼ିବନି

ଜେଏମଏମର ରାଜ୍ୟ କମିଟି ଘୋଷଣା: ରାଜ୍ୟ ସାଧାରଣ ସମ୍ପାଦକ ହେଲେ ଦୁବରାଜ୍ ନାଗ୍

ବାରିପଦା : ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍‌ ଏବଂ କିଛି ବରିଷ୍ଠ ନେତା ବିଜେଡିରେ ମିଶିବା ପରେ ଆଜି ପ୍ରତିକ୍ରିୟା ରଖିଛି ଜେଏମଏମ। ମୟୂରଭଞ୍ଜର ଅଧିକାଂଶ ବିଧାୟକ ଏବଂ ସାଂସଦଙ୍କୁ ଜେଏମଏମ ତିଆରି କରିଛି । ମହେଶ ହେମ୍ବ୍ରମ ଜେଏମଏମରୁ ଅନ୍ୟ କୁ୍ଆଡ଼େ ଗଲେ ଦଳ ବିଲୟ ହୋଇଯିବ ଏହା ଏକ ଭ୍ରାନ୍ତ ଧାରଣା।

ପୂର୍ବରୁ ସୁଦାମ ମାର୍ଣ୍ଡି ମଧ୍ୟ ଦଳ ଛାଡିଥିଲେ କିନ୍ତୁ ଜେଏମଏମ ଏବେବି ସକ୍ରିୟ ଅଛି । ତେଣୁ କିଏ ଦଳ ଛାଡ଼ି ଚାଲିଗଲେ ଜେଏମଏମ ଉପରେ କୌଣସି ଫରକ ପକାଇବା ନାହିଁ। ଏବେବି ଦଳ ଦୃଢ଼ ଅଛି ଏବଂ ଦଳ ଛାଡ଼ି ଯାଇଥିବା ନେତାଙ୍କ ପାଇଁ କର୍ମୀମାନେ ଖୁସି ଅଛନ୍ତି ବୋଲି ଜିଲ୍ଲା ଯୁବସଭାପତି ଅର୍ଜୁନ ମୁର୍ମୁ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।  ମୟୂରଭଞ୍ଜ ଦଖଲ କରିବା ନିମନ୍ତେ ସବୁ ବଳ ଲଗାଇ ଆଦିବାସୀ ଭୋଟ ବ୍ୟାଙ୍କକୁ ଟାର୍ଗେଟ କରି ବିଜେଡି ଏପରି କରିଛି। ଅଥଚ ବିତାଡିତ କର୍ମୀଙ୍କୁ ନେଇ ଜେଏମଏମ ଆଦ‌ୌ ଚିନ୍ତିତ ନାହିଁ।  ଦଳର ନୂତନ ନେତୃତ୍ଵ ମୂଳ ଆଦିବାସୀ ତଥା ଜିଲ୍ଲାବାସୀଙ୍କ ମୌଳିକ ସମସ୍ୟାକୁ ନେଇ ସ୍ବର ଉତ୍ତୋଳନ କରୁଛି। ଏହି କାରଣରୁ ଦଳପ୍ରତି ଲୋକଙ୍କ ବିଶ୍ୱାସ ଓ ଆସ୍ଥା ବୃଦ୍ଧି ପାଇଛି । ଆଗାମୀ ଦିନରେ ଜେଏମଏମରେ ସାମିଲ ହେବାପାଇଁ ବିଭିନ୍ନ ଦଳର ନେତାମାନେ ଯୋଗାଯୋଗରେ ଥିବା ଅର୍ଜୁନ ମୁର୍ମୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe