ମୟୂରଭଞ୍ଜ ପାଇଁ ରାଞ୍ଚିରେ ମନ୍ତ୍ରଣା, ଜେଏମଏମ ରାଜ୍ୟ କମିଟିକୁ ଶିବୁ ସୋରେନଙ୍କ ମାର୍ଗଦର୍ଶନ

Advertisment

ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି, ବିଜେପି ଟକ୍କର ଦେବା ଯୋଜନା

ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି, ବିଜେପି ଟକ୍କର ଦେବା ଯୋଜନା

ମୟୂରଭଞ୍ଜ ପାଇଁ ରାଞ୍ଚିରେ ମନ୍ତ୍ରଣା, ଜେଏମଏମ ରାଜ୍ୟ କମିଟିକୁ ଶିବୁ ସୋରେନଙ୍କ ମାର୍ଗଦର୍ଶନ

ବାରିପଦା : ମୟୂରଭଞ୍ଜରେ ପୁଣି ଥରେ ରାଜନୈତିକ ଗତିବିଧିକୁ ତ୍ବରାନ୍ବିତ କରିଛି ଜେଏମଏମ। ଜିଲ୍ଲାରେ ଦଳ ପୁଣିଥରେ ଏହାର ହୃତଗୌରବ ଫେରାଇଆଣିବାକୁ ପ୍ରୟାସ ଜାରି ରଖିଛି ଦଳ। ମୟୂରଭଞ୍ଜ ପାଇଁ ରାଞ୍ଚିରେ ମନ୍ତ୍ରଣା କରିଛି ଦଳ। ଏନେଇ ଝାଡଖଣ୍ଡ ରାଜଧାନୀ ରାଞ୍ଚି ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ  ଘରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଓଡ଼ିଶା ରାଜ୍ୟ ଜେଏମଏମ ନେତୃମଣ୍ଡଳୀ ସାକ୍ଷାତ କରିଥିଲେ।

ଓଡ଼ିଶା ପ୍ରଦେଶର ସମସ୍ତ ଜିଲ୍ଲାର ନୂତନ କମିଟିକୁ ଗୁରୁଜୀ ଶିବୁ ସୋରେନ ଆଶୀର୍ବାଦ ଦେବା ସହ ଆଗାମୀ ପଞ୍ଚାୟତ ଇଲେକ୍ସନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାରେ  ୭ ବର୍ଷ ପୂର୍ବେ ଜେଏମଏମ ଦଳର କର୍ମକର୍ତ୍ତା ନିଜ ଦଳର ଆଭିମୁଖ୍ୟକୁ ଭୁଲି ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ଅନ୍ୟ ଦଳର ଆଭିମୁଖ୍ୟକୁ ଗ୍ରହଣ କରି ଡିଆଁ ମାରିଥିଲେ । ଏଥିରେ ଜେଏମଏମ ଶୀଥିଳ ହୋଇ ପଡ଼ିଥିଲା ସତ; କିନ୍ତୁ ମରି ଯାଇନଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଜେଏମଏମ ପ୍ରସ୍ତୁତ ଅଛି ଏବଂ ଜେଏମଏମର ପୂର୍ବ ସ୍ଥିତିକୁ ଦୋହରାଇବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହି ଅବସରରେ ଜେଏମଏମ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଅଞ୍ଚନୀ ସୋରେନଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ରାମଚନ୍ଦ୍ର ହାଁସଦାଃ, ଉପସଭାପତି ପ୍ରଲ୍ଲାଦ ପୂର୍ତ୍ତି, ସାଙ୍ଗଠନିକ ସଚିବ ଦୁବରାଜ ନାଗ, ମୟୂରଭଞ୍ଜ ଜିଲ୍ଲା ସଭାପତି ପ୍ରଭୁଦନ ମାର୍ଣ୍ଡି ଏବଂ ରାମଚନ୍ଦ୍ର ହେମ୍ବ୍ରମ, ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ଅର୍ଜୁନ ମୁର୍ମୁ, ସୁନ୍ଦରଗଡ ଜିଲ୍ଲା ସଭାପତି ପାତ୍ରାସ ଏକ୍କା,ଢ଼େଙ୍କାନାଳ ଜିଲ୍ଲା ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତ, କେନ୍ଦୁଝର ଜିଲ୍ଲା ସଭାପତି, ମୟୂରଭଞ୍ଜ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ସୁମିତ୍ରା ସୋରେନ ଏବଂ ସରୋଜିନୀ ମୁର୍ମୁଙ୍କ ସମେତ ଏକାଧିକ  ଜିଲ୍ଲା ଏବଂ ବ୍ଲକର ନୂତନ କର୍ମକର୍ତ୍ତା ଉପସ୍ଥିତ ଥିଲେ । ରାଞ୍ଚିରେ ଜେଏମଏମର ଏପରି ବୈଠକକୁ ରାଜନୈତିକ ସ୍ତରରେ ବେଶ୍ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe