ସମ୍ବଲପୁରର କରିତକର୍ମା କିରାଣିଙ୍କ ଚାକିରି ଶେଷ

ସମ୍ବଲପୁରର କରିତକର୍ମା କିରାଣିଙ୍କ ଚାକିରି ଶେଷ

Zee News

ସମ୍ବଲପୁର: ରାଜ୍ୟରେ ଲକ୍ଷ ଲକ୍ଷ ଯୁବକ ଚାକିରି ଖଣ୍ଡିଏ ପାଇଁ ସଂଘର୍ଷ କରୁଥିବା ବେଳେ ସମ୍ବଲପୁରରେ ଜଣେ କରିତକର୍ମା କିରାଣି ୬୫ ବର୍ଷ ପରେ ମଧ୍ୟ ଚାକିରି କରୁଥିଲେ। ରାଜସ୍ବରୁ ମୋଟା ଅଙ୍କର ଦରମା ବି ନେଉଥିଲେ। ଭୂ-ଅର୍ଜନ ବିଭାଗରେ କାର୍ଯ୍ୟରତ କିରାଣିଙ୍କ ଚାକିରି ୬୦ ବର୍ଷରେ ସରିବା କଥା, କିନ୍ତୁ ବଢ଼ିବଢ଼ି ଚାଲିଥିଲା।

ତାଙ୍କ ବରିଷ୍ଠ ଅଧିକାରୀ କୌଣସି ଏକ ଅଜଣା ସ୍ବାର୍ଥରେ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ୬୫ ବର୍ଷ ପରେ ମଧ୍ୟ ଚାକିରିରେ ରଖିଥିଲେ। ଏ ନେଇ ‘ସମ୍ବାଦ’ରେ ଗତ ୨୮ ତାରିଖ ଦିନ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ଅତି ବରିଷ୍ଠ କିରାଣିଙ୍କୁ ଶେଷରେ ଚାକିରିରୁ ଅବ୍ୟାହତି ଦିଆଯାଇଛି। ସମ୍ବଲପୁର ଜିଲ୍ଲାପାଳ ଶୁକ୍ରବାର ଏ ନେଇ ନିର୍ଦ୍ଦେଶନାମା ଜାରି କରି ବରିଷ୍ଠ କିରାଣିଙ୍କ ଠାରୁ ସମସ୍ତ କାର୍ଯ୍ୟଭାର ଗ୍ରହଣ କରିବାକୁ ଏନ୍‌ ମେହେରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତ?

କିରାଣି ବାବୁ ଜଣକ ୧୯୫୭ ମସିହା ଅଗଷ୍ଟ ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୮୩ ମସିହାରେ ଚାକିରି ଆରମ୍ଭ କରିଥିଲେ। ବାବୁଙ୍କୁ ୬୦ ବର୍ଷରେ ଅବସର ନେବାପରେ ପୁନଃ ନିଯୁକ୍ତି ଦିଆଯାଇଥିଲା। ସରକାରୀ ନିୟମ ଅନୁଯାୟୀ ସର୍ବାଧିକ ୬୫ ବର୍ଷ ଯାଏ ଚାକିରି ବର୍ଦ୍ଧିତ କରାଯାଇ ପାରିବ। କିନ୍ତୁ କିରାଣି ଜଣକ ଯେଉଁ ଅଧିକାରୀଙ୍କ ଛତ୍ରଛାୟାରେ ଥିଲେ, ସେ ବାବୁ ଜଣକ ବର୍ଦ୍ଧିତ ନିୟମ ବି ମାନି ନଥିଲେ। ଆଉ ୨ ମାସ ହେଇଥିଲେ କିରାଣି ବାବୁଙ୍କୁ ୬୬ ଛୁଇଁଥାନ୍ତା, ହେଲେ ଉକ୍ତ ଅଧିକାରୀଙ୍କ ଛତ୍ରଛାୟୀରେ କିରାଣିବାବୁ ଜଣକ କାର୍ଯ୍ୟରତ ଥିଲେ। ଏ ନେଇ ଏକ ଚିଠି ସମ୍ବଲପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଯେଉଁଥିରେ ଉକ୍ତ କରିତକର୍ମା କିରାଣିଙ୍କ ବିଷୟ ଉଲ୍ଲେଖ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା। ଉକ୍ତ ଚିଠି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କିରାଣି ବାବୁଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଇଛି। କିନ୍ତୁ କିରାଣିଙ୍କୁ ଯେଉଁ ଅଧିକାରୀ ପ୍ରୋତ୍ସାହନ ଯୋଗାଉଥିଲେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ। କେଉଁ ସ୍ବାର୍ଥରେ ଅଧିକାରୀ ଜଣକ କିରାଣି ବାବୁଙ୍କ ଉପରେ ଏତେ ଅନୁକମ୍ପା ଦେଖାଉଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe