କୁଆରମୁଣ୍ଡା: ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ମହଙ୍ଗା ପଡ଼ିଛି। ସତ୍ୟ ଜଣାପଡ଼ିବା ପରେ ଅଙ୍ଗନବାଡ଼ି କର୍ମୀ ଚାକିରିରୁ ବିଦା ହୋଇଛନ୍ତି। ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍‌ର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି।

Advertisment

ଚଳିତ ବର୍ଷ ଫେବ୍ରୁଆରି ୯ ତାରିଖରେ କଚାରୁ-୧ ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ଭାବେ ବାହାମନୀ ଲୁଗୁନଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ମିଥ୍ୟା ଯୁକ୍ତ ୨ ସାର୍ଟିଫିକେଟ୍‌ ଦେଇଥିବା ଅଭିଯୋଗରେ ବିଭାଗ ପକ୍ଷରୁ ତାଙ୍କୁ ଚାକିରିରୁ ବିଦା କରାଯାଇଛି।

ଏହାସହ ତାଙ୍କ ବିରୋଧରେ ଗୁରୁବାର ବୀରମିତ୍ରପୁର ଥାନାରେ କୁଆରମୁଣ୍ଡା ସିଡିପିଓ ତପସ୍ଵିନୀ ବେସନ ଏକ ମାମଲା ରୁଜୁ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: 'ଏକ ଦେଶ, ଏକ ନିର୍ବାଚନ' ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ: ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ ପାଇଁ ପ୍ରସ୍ତୁତି

ଏନେଇ ଏକ ମାମଲା ରୁଜୁ କରି କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଥାଉକି, ଚାକିରି କରିବାର ୧୦ ମାସ ପରେ ବାହାମନୀଙ୍କ ଯୁକ୍ତ ୨ ସାର୍ଟିଫିକେଟ୍‌ ଜାଲ୍‌ ଥିବା ବିଷୟ କିଭଳି ଜଣା ପଡ଼ିଲା

ସେନେଇ କୁଆରମୁଣ୍ଡା ସିଡିପିଇଓ ବେସନଙ୍କୁ ପଚରାଯିବାରୁ, ‘ମୁଁ ସେତେବେଳେ ଏଠାରେ ନ ଥିଲି ଓ ଉପଜିଲ୍ଲାପାଳଙ୍କ ନିର୍ଦେଶମତେ ମୁଁ ଏହି ଅଭିଯୋଗ ଥାନାରେ ଦେଇଛି’ ବୋଲି କହିଥିଲେ।

ଅଧିକ ପଢ଼ନ୍ତୁ: ଇରାନର କଠୋର ହିଜାବ ଆଇନ: ଡ୍ରେସ୍ କୋଡ୍‌ର ଉଲ୍ଲଂଘନ କଲେ ମୃତ୍ୟୁଦଣ୍ଡ