ଭଞ୍ଜନଗରରେ ରାଜ୍ୟ କୃଷି ବିଭାଗର ଯୁଗ୍ମ ସଚିବ, ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

Advertisment
ଭଞ୍ଜନଗରରେ ରାଜ୍ୟ କୃଷି ବିଭାଗର ଯୁଗ୍ମ ସଚିବ, ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ଭଞ୍ଜନଗର: ରାଜ୍ୟ କୃ‌ଷି ବିଭାଗର ଯୁଗ୍ମ ସଚିବ ବିପିନ ବିହାରୀ ପାଣିଗ୍ରାହୀ ଆଜି ଭଞ୍ଜନଗର ଗସ୍ତରେ ଆସି କୃ‌ଷି ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଯୋଜନା ଏବଂ ଏହାର ସଫଳ ରୂପାୟନ କାର୍ଯ୍ୟ ବୁଲି ଦେଖିଛନ୍ତି। ଏଥିସହ ବହୁ ଚାଷୀ ମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। କୃ‌ଷି ଓ କୃଷକ ମାନଙ୍କ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ତୃଣମୂଳ ସ୍ତରରେ ଯେଭଳି ଚାଷୀ ମାନେ ଉପକୃତ ହୋଇପାରିବେ ସେ ଦିଗରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

publive-image

କମ୍‌ ଖର୍ଚ୍ଚରେ ବିଭିନ୍ନ ସରକାରୀ ସହାୟତର ଲାଭ ଉଠାଇ ନିଜର ଉତ୍ପାଦିତ ଫସଲରୁ କିଭଳି ଅଧିକା ଲାଭବାନ ପାଇ ପାରିବେ ସେନେଇ ଚାଷୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ପାଣିଗ୍ରାହୀ ଭଞ୍ଜନଗର କୃଷି ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଳକ୍‌ରେ ଗତକାଲି ଜିରାବାଡି ଗ୍ରାମରେ ହୋଇଥିବା ଧନିଜା ଏବଂ ପରିବା ଚାଷ ବୁଲି ଦେଖିବା ସହ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଏକ ସମୀକ୍ଷା ବୈିଠକ କରିଥିଲେ। ଏହାପରେ ଆଜି ଭଞ୍ଜନଗର ବ୍ଳକ୍‌ର ବାରୁଡା ଗ୍ରାମର ଜଣେ ଚାଷୀଙ୍କ କ୍ଷେତ ପୋଖରୀ ଦେଖିବା ସହ ଏହା ସଂଲଗ୍ନ ପରିବା ଚା‌ଷ ବୁଲି ଦେଖିଥିଲେ।

ଏହାପରେ ଡ଼ାଙ୍ଗୁଆପଲ୍ଲୀ ଠାରେ ସତ୍ୟସାଇ ସ୍ବୟଂ ସହାୟକ ସଂଘ ଦ୍ବାରା ହୋଇଥିବା ଛତୁ ଚାଷ, ଗମ୍ଭାରୀଗୋଚ୍ଛାରେ ମକା ଓ ଆଖୁ ଚାଷ, ସାନ‌କୋଦଣ୍ଡା ବୁଲୁ ବିଷୋୟୀଙ୍କ ଲେମ୍ଭୁ ବଗିଚା ଓ ରଞ୍ଜିତ ବିଷୋୟୀଙ୍କ ସମ୍ମନିତ୍ବ ଚାଷ ପ୍ରଣାଳୀରେ କରିଥି‌ବା କ୍ଷେତ ପୋଖରୀ, ଅମୃତଭଣ୍ଡା, କାଜୁ, କଦଳୀ ବାଡି ଆଦି ବୁଲି ଦେଖିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ, ଭଞ୍ଜନଗର ଜିଲ୍ଲା କୃଷି ଅଧିକାରୀ ପ୍ରଦିପ୍ତ କୁମାର ସାହୁ, ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଶରତ ଚନ୍ଦ୍ର ବେହେରା, ୱାଟର ସେଡ୍‌ ପିଡି ପ୍ରଶାନ୍ତ ହଜାରି, ଉଦ୍ୟାନ ବିଭାଗ ସହ ନିର୍ଦ୍ଦେଶକ ଏସ୍‌.ରାମା ରାଓ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସମ୍ବିତ ଅଚାର୍ଯ୍ୟ, ସହକାରୀ କୃଷି ଅଧିକାରୀ ଦିବ୍ୟରଞ୍ଜନ ମାଝୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଜ୍ୟୋତି ରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe