ବହୁଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଲା, ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Advertisment
ବହୁଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଲା, ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ବହୁଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଖଲିକୋଟ ଏଡିଜେ କୋର୍ଟର ମାନ୍ୟବର ବିଚାରପତି ମାମଲାର ଶୁଣାଣି କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦୋଷୀଙ୍କୁ ଦଣ୍ଡ ଶୁଣାଇଛନ୍ତି। ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଅଦାଲତ ଦଣ୍ଡିତ କରିଛନ୍ତି।

ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ଘଟଣାକୁ ଆଜି ଠିକ ପାଞ୍ଚ ବର୍ଷ ଗୋଟିଏ ମାସ ହୋଇଛି । ତେବେ ୨୦୧୪ ମେ ମାସ ୨୭ରେ ତରୁଣଙ୍କ ହତ୍ୟା ହୋଇଥିଲା । ୪୬ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା। ଜୁନ୍‌ ୬ରେ ରାୟ ପ୍ରକାଶ ପାଇବାର ଥିଲା ହେଲେ ଅନ୍ୟ କିଛି ପିଟିସନ ଦାଖଲ ପରେ ତାର ଶୁଣାଣି ୨୭ ଜୁନ ପାଇଁ ଧାର୍ଯ୍ୟ ହୋଇଥିଲା।

ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କୋଟିପତି କାଜୁ ବ୍ୟବସାୟୀ ଶ୍ୟାମ ସୁନ୍ଦର ପୃଷ୍ଟି ମାଷ୍ଟର ମାଇଣ୍ଡ୍‌ ବୋଲି କ୍ରାଇମ ବ୍ରାଞ୍ଚ ଅଭିହିତ କରିଛି । ଘଟଣା ପର ଠାରୁ ଶ୍ୟାମ ସୁନ୍ଦର ପୃଷ୍ଟିଙ୍କ ସମେତ ୫ଜଣ ଜେଲରେ ଅଛନ୍ତି । ଅନ୍ୟ ଅଭିଯୁକ୍ତ ବୁଡ଼ୁ ପଣ୍ଡା ବର୍ତମାନ ପର୍ଯ୍ୟନ୍ତ ଫେରାର ଅଛି । ବହୁଚର୍ଚ୍ଚିତ ଯୁବ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାର ଆଜି ଖଲିକୋଟ ଏଡ଼ିଜେ କୋର୍ଟର ମାନ୍ୟବର ବିଚାରପତି ଏହି ରାୟ ଶୁଣାଣିଛନ୍ତି । ଏହି ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଖଲିକୋଟ ଅଞ୍ଚଳବାସୀ ଓ ବିଭିନ୍ନ ସାମ୍ବାଦିକ ଏହି ରାୟକୁ ସ୍ୱାଗତ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe