ଓକିଲ ସଂଘ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ଓ ବୃକ୍ଷରୋପଣରେ ଯୋଗଦେଲେ ଜିଲ୍ଲା ଦୌରାଜଜ୍‌

ଓକିଲ ସଂଘ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ଓ ବୃକ୍ଷରୋପଣରେ ଯୋଗଦେଲେ ଜିଲ୍ଲା ଦୌରାଜଜ୍‌

Sambad

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ ଶଶିକାନ୍ତ ମିଶ୍ର ଆଜି ଭଞ୍ଜନଗର କୋର୍ଟ ପରିଦର୍ଶନ କରିବା ସହ ଓକିଲ ସଂଘ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣରେ ଯୋଗଦେଇ ଉତ୍ସାହିତ କରିଥିଲେ। ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଡଃ. ଅରୁଣ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍‌ ଶ୍ରୀ ମିଶ୍ର କୋର୍ଟ ପରିସରରେ ବୃକ୍ଷରୋପଣ କରିଥିବା ବେଳେ ବାର୍‌ ପରିସରରେ ରକ୍ତଦାତାଙ୍କୁ ଭେଟି ଉତ୍ସାହିତ କରିଥିଲେ। ଏହାପରେ ସୁବର୍ଣ୍ଣ ଜୟନ୍ତୀ ପାଠାଗାର ପରିସରରେ ଓକିଲ ସଂଘର କର୍ମକର୍ତ୍ତା ଏବଂ ଆଇନଜୀବୀମାନଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର କରିଥିଲେ। ଶ୍ରୀ ମିଶ୍ର କୋର୍ଟ ପରିସରର ବୁଲି ଦେଖିବା ସହ ସ୍ବଚ୍ଛ ପରିବେଶ ଓ ସାଜସଜ୍ଜା ପାଇଁ ଖୁସି ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସବ୍‌ ଜଜ୍‌ ବେଦପ୍ରକାଶ, ଏସ୍‌ଡିଜେଏମ୍‌ ମନସ୍ବିନୀ ରଥ, ଜେଏମ୍‌ଏଫ୍‌ସି ପ୍ରଜ୍ଞା ରାଉତ, ଓକିଲ ସଂଘ ସଭାପତି ସନ୍ତୋଷ ନାୟକ, ଉପସଭାପତି ରଜତ କୁମାର ଦାଶ, ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ସହ ସମ୍ପାଦକ ଧୀରେନ୍‌ ସ୍ବାଇଁ, ବରିଷ୍ଠ ଆଇନଜୀବୀ ଏମତାଜ୍‌ ଆଦେନୀ, ରବିନ୍ଦ୍ରନାଥ ଦାସ, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଗୋପାଳ କୃଷ୍ଣ ପ୍ରଧାନ, ସନ୍ତୋଷ ତିଆଡି, ବିନୟ କୁମାର ରଥ, ଅଳକା ମଞ୍ଜରୀ ପଟ୍ଟନାୟକ, ଖରାଂସୁ ଶେଖର ଦାସ, ସମୀର ନାୟକ, ତ୍ରିନାଥ ମଲ୍ଲିକ୍‌, ଗିରିଜା ଶଙ୍କର ଭୂୟାଁଙ୍କ ସମ‌େତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ। ଏହି ଅବସର‌ରେ ଆୟୋଜିତ ରକ୍ତଦାନ ଶିବିରରେ ୨୨ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe