ବାଲେଶ୍ବର ଗସ୍ତରେ ପ୍ରତିରକ୍ଷା ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ୍‌

Advertisment
ବାଲେଶ୍ବର ଗସ୍ତରେ ପ୍ରତିରକ୍ଷା ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ୍‌

ବାଲେଶ୍ବର: ଭାରତୀୟ ପ୍ରତିରକ୍ଷା ମନ୍ତ୍ରା‌ଳୟ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମଙ୍ଗଳବାର ରାତି ୧୦ଟା ବେଳେ ବାଲେଶ୍ବର ରେଳ ଷ୍ଟେସନରେ ପହଞ୍ଚିଛନ୍ତି। ଶ୍ରୀ ଓରାମଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ରେଳ ଷ୍ଟେସନରେ ସ୍ବାଗତ କରାଯାଇଥିଲା। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଉପସଭାପତି କମଲଲୋଚନ ଦାସ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସ୍ବାଧୀନ ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ବେରା, ଯୁବମୋର୍ଚ୍ଚା ଉପସଭାପତି ସୁବୋଧ ଚନ୍ଦ୍ର ପଣ୍ଡା, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ନାରାୟଣ ମହନ୍ତ, ଦେବବ୍ରତ ମିଶ୍ର, ବିଜୟ ସାହୁ, ରଞ୍ଜିତ କଲ୍ୟାଣ ପୃଷ୍ଟି ସ୍ବାଗତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ(ଡିଆରଡିଓ)ରେ ଆଗାମୀ ଦୁଇଦିନ ଧରି ଧାର୍ଯ୍ୟ ହୋଇଥିବା ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ଆସିଛନ୍ତି ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe