ଦନ୍ତା ଓ ମାଈ ହାତୀ ଲଢେଇ: ଆଖି ବୁଜିଲା ଦେଢ ବର୍ଷର ହାତୀ ଛୁଆ

ଦନ୍ତା ଓ ମାଈ ହାତୀ ଲଢେଇ: ଆଖି ବୁଜିଲା ଦେଢ ବର୍ଷର ହାତୀ ଛୁଆ

ZooBorns

ଫୁଲବାଣୀ/ଭୁବନେଶ୍ୱର: କନ୍ଧମାଳ-ଗଂଜାମ ସୀମାବର୍ତ୍ତୀ ନୀଳମାଧମ ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ ହୋଇଛି। ଦନ୍ତା ଓ ମାଈ ହାତୀ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଛୁଆ ହାତୀଟି ଭିତରେ ପଶି ଯାଇଥିଲା। ଯାହା ଫଳରେ ଦନ୍ତା ଛୁଆ ହାତୀକୁ ଦଳି ଦେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ମୃତ ଛୁଆ ହାତୀର ବୟସ ଦେଢ ବର୍ଷ ହେବ ବୋଲି ବନିଭାଗ ଅଧିକାରୀ କହିଛନ୍ତି।

ଶନିବାର ରାତିରେ ଏହି ଘଟଣା ଘଟିଛି। ଆଜି ସକାଳେ ଖବର ପାଇ ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନାରାୟଣ ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ହାତୀ ଛୁଆର ମୃତ ଦେହ ବ୍ୟବଛେଦ ପରେ ପୋତି ଦିଆଯାଇଛ। ଉକ୍ତ ଜଙ୍ଗଲରେ ପାଖାପାଖି ୧୦ରୁ ଉର୍ଦ୍ଧ୍ଵ ହାତୀ ଅଛନ୍ତି। ହାତୀ ପଲ ପାଣି ପିଇବାକୁ ଆସିଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀ ମଧ୍ୟରେ ଲଢେଇ ହୋଇଥିଲାଯ ଏହି ସମୟରେ ହାତୀ ଛୁଆଟି ପଶି ଆସିବାରୁ ଦୁର୍ଘଟଣାର ଶିକାର ହୋଇଥିଲା ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା କହିଛନ୍ତି।

ସୂଚନାଯୋଗ୍ୟ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବାଦିମାଲ ପଞ୍ଚାୟତର କୁସମେଲ ଠାରେନଦୀ ପାର ହେଉଥିବା ବେଳେ ଶନିବାର ପାଣିରେ ପୁଡ଼ି ଗୋଟିଏ ହାତୀ ଛୁଆର ମୃତ୍ୟୁ ଘଟିଥିଲା। ଏକ ହାତୀପଲ ବାରପାହାଡ଼ ଜଙ୍ଗଲରୁ ଆସି ମହାନଦୀ ପାରି ହେଉଥିବା ବେଳେ ଏହି ଛୋଟ ହାତୀଟି ପାଣିରେ ବୁଡ଼ି ଯାଇଥିବା ସଂଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe