କପିଳାସ ପ୍ରାଣୀ ଉଦ୍ୟାନର ରେସକ୍ୟୁ କେନ୍ଦ୍ରରେ ହାତୀଛୁଆର ମୃତ୍ୟୁ

Advertisment
ହାତୀ ଛୁଆର ଗଳିତ ଶବ ଉଦ୍ଧାର

ସାଂକେତିକ ଚିତ୍ର, image credit : eonline

ଗଦିଆ: ଢେଙ୍କାନାଳ ଜିଲ୍ଳା ବ୍ଲକ ଅନ୍ତର୍ଗତ କପିଳାସ ପ୍ରାଣୀ ଉଦ୍ୟାନ ହାତୀ ରେସକ୍ୟୁ କେନ୍ଦ୍ରରେ ଆଜି ସକାଳ ସମୟରେ ଏକ ହାତୀଛୁଆର ମୃତ୍ୟୁ ହୋଇଥିବାର ଜଣାଯାଇଛି। ଘଟଣାରୁ ଜଣାଯାଇଛି ଉକ୍ତ  ହାତୀଛୁଆଟିକୁ ହିନ୍ଦୋଳ ବନଖଣ୍ଡ ଅଂଚଳରୁ ଅଣାଯାଇଥିଲା ଉକ୍ତ ବନଖଣ୍ଡ ଅଧିନ କୁନୂଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗୋଟିଏ ହାତୀ ଦୁଇ ଦିନ ତଳେ ଏକ ଛୁଆ ଜନ୍ମ ଦେଇ ତାକୁଛାଡି ପଳାଇଥିଲା ଖାବର ପଇ ସେଠାକାର କର୍ମଚାରୀ ତୁରଣ କପିଳାସ ହାତୀ ରେସକ୍ୟୁ କେନ୍ଦ୍ରକୁ ଖବର ଦେଇଥିଲେ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାକୁ ସେଠାରୁ ଉଦ୍ଧାର କରି ଏଠାକୁ ଆଣି ତାର ସେବାଓ ଚିକିସ୍ଥା ଆରମ୍ଭ କରିଥିଲେ କିନ୍ତୁ ଆଜି ସକାଳୁ ଉକ୍ତ ହାତୀଛୁଆର ମୃତ୍ୟୁ ହୋଇଛି। ଏହାପରେ ଉକ୍ତ ମୃତ ହାତୀଛୁଆକୁ ପୋଷ୍ଟମର୍ଟମ କରି ତାର ମୃତଦେହକୁ ପୋତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe