ଆନନ୍ଦପୁର‌ ପୌରପାଳିକା କନିଷ୍ଠ ସହାୟକ ନିଲମ୍ବିତ

Advertisment
ଆନନ୍ଦପୁର‌ ପୌରପାଳିକା କନିଷ୍ଠ ସହାୟକ ନିଲମ୍ବିତ

image source-deshdoot

ଆନନ୍ଦପୁର: ଭିଜିଲାନ୍ସ ତଦନ୍ତ ପରେ କେନ୍ଦୁଝର ଜିଲ୍ଳା ଆନନ୍ଦପୁର ପୌରପାଳିକାର କନିଷ୍ଠ ସହାୟକ କମଳାକାନ୍ତ ଦୀକ୍ଷିତଙ୍କୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କର ଏକ କାମ ପାଇଁ ମୁନିସିପାଲିଟି କାର୍ଯ୍ୟାଳୟକୁ ବାରମ୍ଵାର ଦୌଡ଼ି ଥିବା ବେଳେ କମଳାକାନ୍ତ ତାଙ୍କ କଥା ଶୁଣି ନଥିଲେ। ସେ ଏ ବିଷୟରେ ଲୋକପାଳଙ୍କୁ ଜଣାଇଥିଲେ। ଲୋକପାଳ ଏହି ଅଭିଯୋଗ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ପରେ ଅଭିଯୋଗ ସମ୍ପର୍କରେ ସତ୍ୟାସତ୍ୟ ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନଗର ଉନ୍ନୟନ ବିଭାଗକୁ ସୁପାରିସ କରିଥିଲେ। ନିଲମ୍ବନ ପରେ କେନ୍ଦୁଝର ପିଡି ଡିଆରଡିଏଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe