‘ପରୀକ୍ଷା ପେ ଚର୍ଚ୍ଚା’ରେ ଭାଗ ନେଲେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

‘ପରୀକ୍ଷା ପେ ଚର୍ଚ୍ଚା’ରେ ଭାଗ ନେଲେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

ଜୟପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’’ କାର୍ଯ୍ୟକ୍ରମରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସମସ୍ତ ବିଦ୍ୟାଳରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଙ୍କର ପ୍ରଶ୍ନର ଆଲୋଚନା କରିଥିଲେ। ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀ କିପରି ଭାବରେ ଚାପ ମୁକ୍ତ ରହିବେ ତାହା ବୁଝେଇ ଥିଲେ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ମାଧ୍ୟମରେ ସରକାରୀ  ଉଚ୍ଚ ବିଦ୍ୟାଳୟ, ଜୟପୁରର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ  ବରିଷ୍ଠ ଶିକ୍ଷକ ବିଶ୍ଵ ରଞ୍ଜନ ଗୌଡ଼, ପ୍ରଭାତୀ ପାଣିଗ୍ରାହୀ, ଦୁର୍ଗା ପ୍ରସାଦ ପତ୍ର, ସୋମନାଥ ସାକିଆ,କେ .ପ୍ରମିଳା ରଶ୍ମିତା ନାହାକ, ସୁବର୍ଣ୍ଣ ଖିଲ, ସୁଧା ପଟ୍ଟନାୟକ, ବନିତା ଶତପଥି, ପପିତା ପ୍ରଧାନ, ଦେବେନ୍ଦ୍ର ପାଢ଼ି ଓ ସମସ୍ତ ଶିକ୍ଷକ ଭାଗ ନେଇ ସହଯୋଗ କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe