କାଇପଦର ପୀର ପୀଠରେ ଜବରଦଖଲ ଉଚ୍ଛେଦ

Advertisment
କାଇପଦର ପୀର ପୀଠରେ ଜବରଦଖଲ ଉଚ୍ଛେଦ

Sambad

ଖୋର୍ଦ୍ଧା: ଦୀର୍ଘ ୮ ବର୍ଷ ପରେ କାଇପଦର ବୋଖାରୀ ପୀର ପୀଠର ଜବରଦଖଲ ଆଜି ଉଚ୍ଛେଦ ହୋଇଛି। ଆଜି ସକାଳୁ ୧ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ, ଏସ୍‌ଡ଼ିପିଓ ସୁଶୀଲ କୁମାର ମିଶ୍ର, ସଦର ଥାନା ଆଇଆଇସି ଅନୀତା ସାହୁ, ସଦର ଆରଆଇ ଓ ଅନ୍ୟ ରାଜସ୍ୱ ବିଭାଗ କର୍ମଚାରୀ ଡୋଜର ଓ ଶ୍ରମିକଙ୍କୁ ନେଇ ବୋଖାରୀ ପୀର ପୀଠରେ ପହଂଚିଥିଲେ। ପୀଠ ନିକଟରେ ଜବରଦଖଲ ହୋଇ ରହିଥିବା ୨ଟି ଘର ଓ ୩ଟି ଦୋକାନ ଘରକୁ ଉଚ୍ଛେଦ କରିଥିଲେ। ତେବେ ପ୍ରଥମେ ଜବରଦଖଲକାରୀଙ୍କ ପକ୍ଷରୁ ବିରୋଧ ହୋଇଥିଲା। ପ୍ରଶାସନ ପକ୍ଷରୁ ବୁଝାଶୁଝା କରାଯାଇଥିଲା। ଆସନ୍ତା ୭ ତାରିଖରେ ଦୋକାନୀମାନଙ୍କୁ ଥଇଥାନ ନେଇ ପ୍ରଶାସନ ପକ୍ଷରୁ ଏକ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଜବରଦଖଲକାରୀ ମାନେ ଜବରଦଖଲ ହଟାଇବା ପାଇଁ ସହମତି ଦେଇଥିଲେ।

publive-image Sambad

ଏନେଇ ତହସିଲଦାର ଶ୍ରୀସାହୁ କହିଛନ୍ତି ଯେ ଜବରଦଖଲ ନେଇ ଗତ ୮ ବର୍ଷ ଧରି ଅଭିଯୋଗ ରହିଥିଲା। ତେବେ ଗତବର୍ଷ ରାଜ୍ୟ ସରକାର ପୀଠର ଉନ୍ନତୀକରଣ ପାଇଁ ୧ କୋଟି ଟଙ୍କା ଦେଇଥିଲେ। ଏନେଇ ପୀଠର ପରିଚାଳନା କମିଟିର ସୁପାରିଶ, ଆର୍‌ଆଣ୍ଡବିର ଯୋଜନା ଅନୁସାରେ ପୀଠ ସ୍ଥାନରେ ଜବରଦଖଲ ହୋଇଥିବା ସ୍ଥାନକୁ ଚିହ୍ନଟ କରାଯାଇ ସମ୍ପୃକ୍ତ ଲୋକଙ୍କୁ ନୋଟିସ୍ ଦିଆଯାଇଥିଲା। ତେବେ ସେମାନେ ଏହି ଜବରଦଖଲ ନିଜ ଆଡ଼ୁ ହଟାଇନଥିବାରୁ ଆଜି ସେମାନଙ୍କୁ ହଟାଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe