କାଳବୈଶାଖୀର ପ୍ରଭାବ: ହିମାରଯୋଡି ଗ୍ରାମରେ ଉଡିଲା ୧୦ ଘରର ଟିଣ ଛପର

Advertisment
କାଳବୈଶାଖୀର ପ୍ରଭାବ: ହିମାରଯୋଡି ଗ୍ରାମରେ ଉଡିଲା ୧୦ ଘରର ଟିଣ ଛପର

ରାୟଗଡା: କାଳବୈଶାଖୀ ପ୍ରଭାବରେ ଭାଙ୍ଗିଯାଇଛି ୧୦ ଘର ଟିଣ ଛପର।ନଷ୍ଟ ହୋଇଯାଇଛି ରୁଆ ହୋଇଥିବା ଧାନ,ମାଣ୍ଡିଆ ଚାଷ।ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ହିମାରପୋଡି ଗ୍ରାମବାସୀ।ଆଜି ଅପରାହ୍ନ ୪ଟା ସମୟରେ ରାୟଗଡା ଜିଲ୍ଳା ସଦର ବ୍ଳକ କୁମ୍ଭିକୋଟା ଗ୍ରାମ ପଂଚାୟତ ଅନ୍ତର୍ଗତ ହିମାରିପୋଡି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।

publive-image

ହିମାରିପୋଡି ଗ୍ରାମରେ ଥିବା ଡୁଆଲ୍ ସୋଲାର ପେନାଲଗୁଡିକ ବର୍ଷାଝଡରେ ଉଡି ଯାଇଥିବା ବେଳେ ଗାଁ ରାସ୍ତା ନିକଟରେ ଥିବା ଅନେକ ବଡ ବଡ ଗଛ ରାସ୍ତାକଡରେ ଭାଙ୍ଗି ପଡିଛି।ଗାଁରେ ବିଦ୍ୟୁତ୍ ସଂଯୋଗ ମଧ୍ୟ ବିଚ୍ଛନ୍ନ ହୋଇଥିବାରୁ ଲୋକେ ପାଣି,ବିଜୁଳି ନ ପାଇ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ହିମାରପୋଡି ଗ୍ରାମବାସୀ।ଖବର ପାଇ କୁମ୍ଭିକୋଟା ଗ୍ରାମ ପଂଚାୟତ ସରପଂଚ ଗୋପାଳକୃଷ୍ଣ କୁଲେସିକା,ନାଏବ ସରପଂଚ ରତି ଖୋସଲା,ପୂର୍ବତନ ସରପଂଚ ନିଷ୍ଣୁ ମାଣ୍ଡାଙ୍ଗି ପ୍ରମୁଖ ହିମାରପୋଡି ଗାଁରେ ପଂହଚି ସ୍ଥିତ ଅନୁଧ୍ୟାନ କରିଥିଲେ।କାଳବୈଶାଖୀ ପ୍ରଭାବରେ ହିମାରପୋଡି ଗାଁର ପ୍ରାୟ ୧୦ଜଣଙ୍କ ଘର ଟିଣଛପର ଭାଙ୍ଗି ପଡିଥିବା ବେଳେ କୁମ୍ଭିକୋଟାର ଆଦିବାସୀ ସାହିରେ ମଧ୍ୟ ସୋଲାର ପେନାଲ ଉଡିଯିବା ସହ ଆଲିଙ୍ଗି ଗ୍ରାମରେ ୨ଟି ବିଦ୍ୟୁତ୍ ଖୁଂଟ ଭାଙ୍ଗି ପଡିବା ସହ ଅଂଚଳରେ ଲଗାଯାଇଥିବା ଆମ୍ବ,ପଣସ,ପିଜୁଳି,କଦଳୀ ଆଦି ଫଳଚାଷ ମଧ୍ୟ ନଷ୍ଟ ହୋଇଯାଇଥିବା ନେଇ  ସରପଂଚ ଶ୍ରୀ କୁଲେସିକା ସୂଚନା ଦେଇଛନ୍ତି।ହିମାରପୋଡି ଗ୍ରାମର ସୁକାନ୍ତ ମାଣ୍ଡାଙ୍ଗି,ଦାନସି ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟମାନେ ସରପଂଚଙ୍କୁ କ୍ଷୟକ୍ଷତି ପ୍ରଦାନ ପାଇଁ ଗୁହାରୀ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe