କବାଟବନ୍ଧ: ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କବାଟବନ୍ଧ ଅଞ୍ଚଳରେ ଆଜି କାଳବୈଶାଖୀ ଝଡ଼ ତୋଫାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି ଅପରାହ୍ଣ ପ୍ରାୟ ଅଢ଼େଇଟା ବେଳେ ଏହି ଅଞ୍ଚଳରେ ଅଳ୍ପବର୍ଷା ଓ ପ୍ରବଳ ବେଗରେ ପବନ ବହିଥିଲା। ଫଳରେ ବ୍ରାହ୍ମଣୀ ବ୍ରିଜ୍ ବଜାରର ୧୦ଟିରୁ ଅଧିକ ଉଠା ଦୋକାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।
ଛପର ଉଡ଼ିଯାଇ ରଜ ପାଇଁ ଦୋକାନରେ ରଖାଯାଇଥିବା ବିପୁଳ ପରିମାଣର ସାମଗ୍ରୀ ନଷ୍ଟ ହୋଇଥିଲା। ପବନରେ ବହୁ ଛୋଟବଡ଼ ଗଛ ଓ ଡାଳ ଭାଙ୍ଗିଥିଲା। ଗଛଡାଳ ଭାଙ୍ଗି ପଡ଼ିବାରୁ କବାଟବନ୍ଧ ବଣିଆସାହିର ଟୁନ ବେହେରାଙ୍କ ପତ୍ନୀ ବନ୍ଦନୀ ବେହେରା (୩୫) ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ କବାଟବନ୍ଧ ଡାକ୍ତରଖାନା ଓ ପରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅନେକ ସ୍ଥାନରେ ତାର ଛିଣ୍ତି ଯାଇଥିବାରୁ ସଂଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଇଥିଲା। କିଛି ସ୍ଥାନରେ ଗଛଡାଳ ପଡ଼ି ରାସ୍ତା ଅବରୋଧ ହୋଇଥିଲା।
Follow Us