ଭଦ୍ରକରେ କାଳ ବୈଶାଖୀ ,ଗଛ ପତ୍ର ପଡି ରାସ୍ତା ଅବରୋଧ

Advertisment
ଭଦ୍ରକରେ କାଳ ବୈଶାଖୀ ,ଗଛ ପତ୍ର ପଡି ରାସ୍ତା ଅବରୋଧ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଜି ଅପରାହ୍ନ ୪ ଟା ବେଳେ କାଳ ବୈଶାଖୀ ର ପ୍ରଭାବ ଅନୁଭୂତ ହୋଇଥିଲା। ଅଚାନକ ଭାବରେ ମାଡି ଆସିଲା ପବନ। ପ୍ରବଳ ବେଗରେ ପବନ ବହିବା ସହ ବିଜୁଳି ଓ ଘଡଘଡି ଶବ୍ଦ ରେ ବର୍ଷା । ପ୍ରବଳ ଘୁଣି ଝଡ଼ ଯୋଗୁଁ ସହର ରେ ଗଛପତ୍ର ଭାଙ୍ଗି ରାସ୍ତା ଉପରେ ପଡ଼ି ରାସ୍ତା ଅବରୋଧ ହେବ ସହ କିଛି ଲୋକଙ୍କ ଘର ଉପରେ ଗଛ ସବୁ ଉପୁଡ଼ି ବଡିଛି। ଗଛ ଦଳ ଭାଙ୍ଗି ବିଜୁଳି ଖୁଣ୍ଟ ରୁ ତାର ଛିଡି ତଳେ ପଡ଼ିଛି। ପଞ୍ଚ ଦଶ ମିନିଟ ଭିତରେ ଭଦ୍ରକରେ ଏଭଳି କାଳ ବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଥିଲା।

ଭଦ୍ରକର କଚେରି ବଜାର ବଙ୍କ  ବସୁଳୀ ମନ୍ଦିର ନିକରେ ରାସ୍ତା ଉପରେ ଗଛ ଡାଳ ଭାଙ୍ଗି  ପଡି ଥିବା ବେଳେ ବନ୍ତ ଚକ ରାସ୍ତାର  ବାଲ ଗୋପାଳ  ମନ୍ଦିର  ନିକଟରେ ରାସ୍ତା କଡ଼ରେ ଗଛ ଡ଼ାଳ ସବୁ ଭାଙ୍ଗି ପଡି ବିଜୁଳି ତାର ଓ ଟେଲି ଫୋନ ତାର ଛିଡି ଯାଇଛି। ସେହିପରି କେବୁଲ ତାର ଉପରେ   ଗଛ ଡ଼ାଳ ଭାଙ୍ଗି  ପଡି ତାର ଛିଡି ଯାଇଛି। ଭଦ୍ରକର ଉପର ବାଗୁରାଇ, ବଗୁରାଇ, ଜନୁଗଞ୍ଜ, ଚରମ୍ପା, ପୁରୁଣା ବଜାର, ଭଦ୍ରକାଳୀ ସାହି, ଗେଲପର, ଆରଦିଛକ, କଲେଜ ରୋଡ, ଜଗନ୍ନାଥପୁର, ଗବାସାହି, ବାଉଦପୁର, ନାଲଙ୍ଗ  ଆଦି ଅଞ୍ଚଳରେ ଅନେକ ସ୍ଥାନରେ ଗଛ  ସବୁ ଭାଙ୍ଗି ପଡ଼ିଛି। କାଳ ବୈଶାଖୀ ର ତାଣ୍ଡବ ରେ ବିଧୁତ ତାର ସବୁ ଛିଡି ଯାଇ ଥିବାରୁ ଅନେକ ସମୟ ଧରି ଭଦ୍ରକରେ ବିଧୂତ ସରବରାହ ହୋଇ ପାରି ନାହିଁ। ଅନେକ ଅଞ୍ଚଳ  ଅନ୍ଧାର ଭିତରେ ରହିଥିବା ବେଳେ ବିଧୁଟ ବିଭାଗ ପକ୍ଷ ରୁ ଅନେକ ସ୍ଥାନରେ ଛିଡି ପଡିଥିବା ତରକୁ ସଂଯୋଗ କରାଯାଇଛି। ସେହି ପରି  ରାସ୍ତା ଉପରେ ପଡିଥିବା ଗଛ ସବୁ ଉଥାଯାଇ ଗମନା ଗମନ ସୁବିଧା କରାଯାଇଛି। କାଳ ବୈଶାଖୀ ତାଣ୍ଡବ ଚାନ୍ଦବାଲି ଅଞ୍ଚଲରେ ଅଧିକ ଅନୁଭୂତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe