ଦିଲ୍ଲୀର ରାଜପଥରେ ଆସନ୍ତାକାଲି ବିଶ୍ୱ ଦେଖିବ କଳାହାଣ୍ଡିର ଗୌରବମୟ ଲୋକନୃତ୍ୟ ବଜାସାଲ

ଦିଲ୍ଲୀର ରାଜପଥରେ ଆସନ୍ତାକାଲି ବିଶ୍ୱ ଦେଖିବ କଳାହାଣ୍ଡିର ଗୌରବମୟ ଲୋକନୃତ୍ୟ ବଜାସାଲ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ ନାହିଁ, କିନ୍ତୁ ବିଶ୍ୱବାସୀ ପ୍ରଥମ ଥର ପାଇଁ ଓଡ଼ିଶା (କଳାହାଣ୍ଡି)ର ଗୌରବମୟ ଲୋକନୃତ୍ୟ ‘ବଜାସାଲ’କୁ ଦେଖିବେ।

ପୂର୍ବ ଭାରତର ଏକ ମାତ୍ର ଦଳ ଭାବେ ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ଜାତୀୟ ପରେଡରେ କଳାହାଣ୍ଡି ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ର ୮୦ ଜଣିଆ ବଜାସାଲ ନୃତ୍ୟଦଳ ଭାଗ ନେବା ପାଇଁ ମନୋନୀତ ହେବା ପରେ ଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ତତ୍ତ୍ୱାବଧାନରେ ରହି କଳାକାରମାନେ ପରେଡରେ ଲୋକନୃତ୍ୟକୁ ଉତ୍ତମ ରୂପେ ପରିବେଷଣ ପାଇଁ ଅଭ୍ୟାସ ଜାରି ରଖିଛନ୍ତି। ପ୍ରତିଭା ଅନୁଷ୍ଠାନର ଅଧ୍ୟକ୍ଷ ଧ୍ୟାନନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଅଭ୍ୟାସ ଜାରି ରଖିଥିବା ଲୋକନୃତ୍ୟ ‘ବଜାସାଲ’ର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଶାବାଦୀ ଅଛନ୍ତି।

ଆସନ୍ତାକାଲି ରାଜପଥରେ ଅନୁଷ୍ଠିତ ହେବାକୁ ପରେଡର ଏନସିସି ଓ ଏନ୍ଏସ୍ଏସ୍ କନ୍ଟିନଜେଣ୍ଟରେ ଓଡ଼ିଶାରୁ ମଧ୍ୟ ପ୍ରତିନିଧିତ୍ୱ ରହିଛି। ଅପରପକ୍ଷେ ଏଥର କରୋନା କଟକଣା ଯୋଗୁଁ ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାରରେ ସମ୍ମାନିତ ହୋଇଥିବା ବାଳକ ବାଳିକାମାନେ ପରେଡରେ ଯୋଗ ଦେବେ ନାହିଁ। ସୂଚନାଯୋଗ୍ୟ, ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ଜାତୀୟ ବାଲ୍ ପୁରସ୍କାରରେ ଅନ୍ୱେଷ ଶୁଭମ୍ ପ୍ରଧାନ ଏକମାତ୍ର ଓଡ଼ିଆ ରୂପେ ବିଜେତା ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe