ବୁଢିପଦରରେ ସଡ଼କ ଦୁର୍ଘଟଣା: ୨ ଆରଡବ୍ଲୁଏସଏସ ବିଆରସି ଗୁରୁତର

Advertisment
ବୁଢିପଦରରେ ସଡ଼କ ଦୁର୍ଘଟଣା: ୨ ଆରଡବ୍ଲୁଏସଏସ ବିଆରସି ଗୁରୁତର

ରୁପ୍ରା: ଏକ ଅଣ୍ଡା ବୋଝେଇ ପିକଅପ ଭ୍ୟାନ (ଓଡି୦୮ଇ ୭୯୫୩) ଓ ବାଇକ୍ (ଓଡି୦୮୮ଏସ୍୮୭୫୨) ମଧ୍ୟରେ ଧକ୍କା ହୋଇଥିବାର ଖବର ମିଳିଛି।  ପିକ୍ ଅପ୍ ଗାଡି ଡ୍ରାଇଭରଙ୍କର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଆରଡବ୍ଲୁଏସଏସ ବିଭାଗର ଦୁଇଜଣ ବିଆରସି।

ଆଜି ସକାଳୁ ଆରଡବ୍ଲୁଏସଏସ ବିଭାଗର ବିଆରସି ରାକ୍ସି ଗ୍ରାମର ପ୍ରଦ୍ୟୁମ୍ନ ଭୋଇ ଓ ଟିଟିଲାଗଡ଼ ବିଆରସି ପ୍ରକାଶ ଚନ୍ଦ୍ର ଡାକୁଆ ନିଜ କର୍ମ କ୍ଷେତ୍ରକୁ ବାଇକ୍ ଯୋଗେ ଯାଉଥିଲେ। ନର୍ଲା ଥାନା ବୁଢିପଦର ନିକଟସ୍ଥ ଶବରପଡା ତାରିଣୀ ମନ୍ଦିର ଛକ ବୁଲାଣିରେ ସେମାନଙ୍କ ବାଇକକୁ ବିପରୀତ ପଟରୁ ଆସୁଥିବା ମଶାଣିବନ୍ଧର ଉକ୍ତ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଏଥିରେ ଗୁଡଭେଲା ବିଆରସି ପ୍ରଦ୍ୟୁମ୍ନ ଭୋଇଙ୍କ ବାମ ଗୋଡ ଆଣ୍ଠୁର ହାଡ଼ ଭାଙ୍ଗି ବାହାରକୁ ବାହାରି ଆସିଥିଲା। ସେହିଭଳି ଟିଟିଲାଗଡ଼ ବିଆରସି ପ୍ରକାଶ ଚନ୍ଦ୍ର ଡାକୁଆଙ୍କ ଗୋଡ଼ ମଧ୍ୟ ଭାଙ୍ଗିଯାଇଛି। ଘଟଣାସ୍ଥଳରେ ବୁଢିପଦର ଓ ଶବରପଡାର ଯୁବକମାନେ ପହଞ୍ଚି ଆହତ ଦୁଇ ବିଆରସିଙ୍କୁ ଆମ୍ବୁଲାନ୍ସରେ ନେଇ ପ୍ରଥମେ ନର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା ସ୍ଥାନାନ୍ତର କରିଥିବା ଜଣାପଡିଛି। ସେହିପରି ଏସମ୍ପର୍କରେ ନର୍ଲା ଥାନାରେ ବର୍ତ୍ତମାନ ସୁଦ୍ଧା ମାମଲା ଦାୟର ହୋଇନଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ପିକ୍ ଅପ୍ ଭ୍ୟାନକୁ ନର୍ଲା ଥାନାରେ ଅଟକ ରଖାଯାଇଥିବା ଥାନାଧିକାରୀ ମମତା ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe