ଗୋଲମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲେତେର ନିକଟସ୍ଥ ଉଦନ୍ତି ନଦୀ ବ୍ରିଜ ଉପରୁ ଏକ ପିକଅପ ଗାଡ଼ି ତଳକୁ ଖସି ପଡ଼ିବାରୁ ଗାଡ଼ି ଚାଳକଙ୍କ ସମେତ ତିନି ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।
ଆଜି ଭୋର ସମୟରେ ଗୋଲାମୁଣ୍ଡା ପଟୁ ଛତିଶଗଡ଼ ନମ୍ୱର ସିଜି୦୪ପିଆର୪୪୬୨ ବିଶିଷ୍ଟ ମହିନ୍ଦ୍ରା ପିକଅପ ଗାଡ଼ି ଆସୁଥିଲା। ଲେତେର ଉଦନ୍ତି ନଦୀ ବ୍ରିଜ ପାର ହେଉଥିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ଗାଡ଼ିରେ ଚାପି ହୋଇ ରହିଥିବା ଡ୍ରାଇଭର ଓ ଅନ୍ୟ ଦୁଇ ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି। ତିନି ଜଣ ଗୁରୁତର ଥିବାରୁ ସେମାନଙ୍କର ପରିଚୟ ଜଣା ପଡ଼ିନାହିଁ।
ବ୍ରିଜ ତଳକୁ ଖସିପଡ଼ିଲେ ପିକଅପ୍ ଗାଡ଼ି, ଦୁଇ ଗୁରୁତର
Advertisment
Follow Us