କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ସୋମବାର କେହି ଦୁର୍ବୃତ୍ତ ନିଆଁ ଲଗେଇ ଦେବାରୁ ବଗିଚାକୁ ନିଆଁ ବ୍ୟାପିଯାଇଥିଲା। ସେଠାରେ କାମ କରୁଥିବା ଲୋକଙ୍କଠାରୁ ଖବର ପାଇ କୋକସରା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବା ଯୋଗୁଁ ଡାଳିମ୍ବ, ବରକୋଳି, ଜାମୁକୋଳି ଆଦି ପ୍ରାୟ ୨ ଶହ ଗଛ ନଷ୍ଟ ହୋଇଥିବା ଜଣାପଡ଼ିଛି।
ନିଆଁ ଲିଭା କାର୍ଯ୍ୟରେ କୋକସରା ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଗ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ। ବଗିଚାରେ କାମ କରୁଥିବା ମହିଳାମାନେ ମଧ୍ୟ ନିଆଁ ଲିଭାଇବାରେ ସହଯୋଗ କରିଥିଲେ।
Follow Us