ଭବାନୀପାଟଣା : କଟକ ବାରବାଟୀ ଷ୍ଟାଡିୟମ ଠାରେ ଚାଲିଥିବା ୨୨ ତମ ରାଜ୍ୟ ତୀରନ୍ଦାଜ ଚାମ୍ପିଅନସିପରେ ଶନିବାର କଳାହାଣ୍ଡି ଜିଲ୍ଲାକୁ ଡବଲ ଖୁସି ମିଳିଛି। ଆଜି ଲାଞ୍ଜିଗଡ଼ ଆଶ୍ରମ ବିଦ୍ୟାଳୟର ଛାତ୍ର ନିଥାନିଆଲ ମଲ୍ଲିକ ୪୦ ମିଟର ଓ ୩୦ ମିଟର ଦୂରତା ତୀରନ୍ଦାଜ ପ୍ରତିଯୋଗିତାରେ ପ୍ରଥମସ୍ଥାନ ହାସଲ କରି ସ୍ଵର୍ଣ୍ଣପଦକ ବିଜେତା ହୋଇଛନ୍ତି। ସେହିଭଳି ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁହାସିନୀ ସାମଲ ଜୁନିୟର ୬୦ ମିଟର ଦୂରତା ତୀରନ୍ଦାଜ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏନେଇ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି। ବିଜେତା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ବର୍ତ୍ତମାନ କଳାହାଣ୍ଡିରେ ତୀରନ୍ଦାଜ ପ୍ରତିଯୋଗିତାରେ ପଦକ ସଂଖ୍ୟା ୩ରେ ପହଞ୍ଚିଛି। ଶନିବାର ରାମେୟା ମାଝୀ ୯ ବର୍ଷରୁ କମ ବାଳକ ବିଭାଗ ତୀରନ୍ଦାଜ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ।
୨୨ ତମ ରାଜ୍ୟ ତୀରନ୍ଦାଜ ଚାମ୍ପିଅନସିପ : ନିଥାନିଆଲଙ୍କୁ ସ୍ୱର୍ଣ୍ଣ ଓ ସୁହାସିନୀଙ୍କୁ ରୌପ୍ୟ ପଦକ
Advertisment
Follow Us